୫ରୁ ପ୍ରବଳ ଛେଚିବ ବର୍ଷା
ଭୁବନେଶ୍ୱର : ଦୁର୍ବଳ ହୋଇଯାଇଥିବା ମୌସମୀ ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ଏହାଫଳରେ ଅଗଷ୍ଟ ୫ ତାରିଖ (ଶୁକ୍ରବାର)ଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପ ରେଖା ହିମାଳୟ ପାଦଦେଶରୁ ସ୍ୱାଭାବିକ ଅବସ୍ଥାନକୁ ଫେରୁଛି। ଏହାଫଳରେ ୫ ଓ ୬ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଏହା ସହ ୫ ତାରିଖରେ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୬ ତାରିଖରେ ୫ଟି ଜିଲ୍ଲାରେ ଅତିପ୍ରବଳ ଓ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
Comments are closed.