ନୋବେଲ ପୁରସ୍କାର ପାଇବେ ମୋଦି ?

ନୂଆଦିଲ୍ଳୀ: ବୁଧବ‌ାର ନୋବେଲ ପୁରସ୍କାର କମିଟିର ଉପନେତା ଆସଲେ ଟୋଜେ କହିଛନ୍ତି ଯେ ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସବୁଠାରୁ ବଡ ଦାବିଦାର। ଭାରରକୁ ଶାନ୍ତିର ଉତ୍ତାଧିକାରୀ ବୋଲି କହିବା ସହ ଏହା ଏକ ମହାଶକ୍ତି ହେବାକୁ ଯାଉଛି ବୋଲି ଟୋଜେ ମତ ରଖିଛନ୍ତି। ଏଥିସହ ସେ କହିଛନ୍ତି ବିଶ୍ବରେ ଯୁଦ୍ଧର ଅବସାନ ଘଟାଇ ଶାନ୍ତି ପ୍ରତିଷ୍ଠା କରିବା କ୍ଷମତା ରଖୁଥିବା ନେତାଙ୍କ ମଧ୍ୟରେ ମୋଦୀ ହେଉଛନ୍ତି ସବୁଠାରୁ ବିଶ୍ବସନୀ୍ୟ ନେତା।

ବିଶ୍ୱର ପ୍ରତ୍ୟେକ ନେତା ଶାନ୍ତି ପାଇଁ କାର୍ଯ୍ୟ କରିବା ଉଚିତ୍ ଏବଂ ନରେନ୍ଦ୍ର ମୋଦୀଙ୍କ ପରି ଜଣେ ଶକ୍ତିଶାଳୀ ନେତାଙ୍କର ଏହା କରିବାର ଅଧିକ କ୍ଷମତା ଅଛି ବୋଲି ସେ କହିଛନ୍ତି।

ଆସଲେ ଟୋଜେ ନରୱେ ନୋବେଲ କମିଟିର ଉପନେତା ଅଟନ୍ତି। ଏହି ନରୱେ ନୋବେଲ କମିଟି ହିଁ ଶାନ୍ତି ପୁରସ୍କାର ବିଜେତା ନିଷ୍ପତ୍ତି କରିଥାଏ। ଏହି କମିଟି ଭାରତରେ ପହଞ୍ଚିଛି ଏବଂ ଏବିପି ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଆସଲେ ଟୋଜେ କହିଛନ୍ତି ଯେ ପିଏମ ମୋଦୀ ବିଶ୍ୱରେ ଶାନ୍ତିର ଅନ୍ୟତମ ବିଶ୍ୱସ୍ତ ଚେହେରା।

Comments are closed.