ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କଲେ ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଫିଡ୍‌ବ୍ୟାକ୍‌ ୟୁନିଟ୍‌ (ଏଫ୍‌ବିୟୁ) ଦୁର୍ନୀତି ମାମଲ‌ାରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ମନୀଷ ସିସୋଦିଆଙ୍କ ବିରୋଧରେ ଏକ ସଦ୍ୟ ମାମଲା ରୁଜୁ କରିଛି ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ (ସିବିଆଇ)।

୨୦୧୫ ମସିହାରେ ଦିଲ୍ଲୀରେ କ୍ଷମତାକୁ ଆସିବା ପରେ ଆପ୍‌ ଦ୍ୱାରା ଏଫ୍‌ବିୟୁ ଗଠନ କରାଯାଇଥିଲା। ଉକ୍ତ ପ୍ରୋଜେକ୍ଟ ପାଇଁ ଆବଣ୍ଟନ ହୋଇଥିବା ପାଣ୍ଠି ଆପ୍‌ ସରକାରଙ୍କ ଦ୍ବାରା ହଡ଼ପ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ସିବିଆଇ ଦାବି କରିଛି ଯେ ଫିଡବ୍ୟାକ୍ ୟୁନିଟ୍ ସୃଷ୍ଟି ଏବଂ କାର୍ଯ୍ୟର ବେଆଇନ ପଦ୍ଧତି ସରକାରୀ ପାଣ୍ଠିକୁ ପ୍ରାୟ ୩୬ ଲକ୍ଷ ଟଙ୍କା କ୍ଷତି ପହଞ୍ଚାଇଛି।

Comments are closed.