ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି

ଇସ୍ରାଏଲ ଓ ହମାସ ଆତଙ୍କବାଦୀମାନଙ୍କ ଲଢ଼େଇ ଭିତରେ ଅନେକ ନୀରିହ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିବାରେ ଲାଗିଛି। ବିଶେଷ କରି ଗାଜାର ହସ୍ପିଟାଲରେ ହୋଇଥିବା ଭୟଙ୍କର ହମଲା ପୂରା ବିଶ୍ୱକୁ ଥରାଇ ଦେଇଛି।

ଏସବୁ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଲେଷ୍ଟାଇନ ପ୍ରାଧିକରଣ ରାଷ୍ଟ୍ରପତି ମହମୁଦ ଆବ୍ବାସଙ୍କ ସହ କଥା ହୋଇଛନ୍ତି। ଗାଜା ହସ୍ପିଟାଲ ବୋମା ମାଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ସେ ରାଷ୍ଟ୍ରପତି ଆବ୍ବାସଙ୍କ ଆଗରେ ଶୋକ ମଧ୍ୟ ପ୍ରକାଶ କରିଛନ୍ତି।

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ନିୟମିତ ଭାବେ ପାଲେଷ୍ଟାଇନର ଲୋକମାନଙ୍କ ପାଇଁ ମାନବୀୟ ସହାୟତା ଜାରି ରଖିବ ବୋଲି ମୋଦି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ସୋଶାଲ ମିଡିଆ ଏକ୍ସରେ କହିଛନ୍ତି ଯେ “ପାଲେଷ୍ଟାଇନ ପ୍ରାଧିକରଣ ରାଷ୍ଟ୍ରପତି ମହମୁଦ ଆବ୍ବାସଙ୍କ କଥାବାର୍ତ୍ତା ହୋଇଛି। ଏହି ସମୟରେ ଗାଜାର ଅଲ ଅହିଲ ହସ୍ପିଟାଲରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୋର ସମବେଦନା ଜ୍ଞାପନ କରିଛି।

Comments are closed.