ଭାରତରୁ ୪୧ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କାନାଡା

ମଣ୍ଟ୍ରିଲ୍‌: କାନାଡାରେ ଜଣେ ଶିଖ୍‌ ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ବିବାଦ ତିକ୍ତ ହେବା ପରଠାରୁ ଭାରତରୁ ୪୧ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରି ନେଇଥିବା କଥା ଗୁରୁବାର ଦିନ କାନାଡା କହିଛି।

କାନାଡାର ବୈଦେଶିକ ମନ୍ତ୍ରୀ ମିଲେନି ଜଲି କହିଛନ୍ତି, ୨୧ଜଣଙ୍କୁ ଛାଡ଼ି ବାକି କୂଟନୀତିଜ୍ଞମାନଙ୍କୁ ଶୁକ୍ରବାର ସୁଦ୍ଧା ପ୍ରତ୍ୟାହାର ନ କଲେ ସେମାନେ କୂଟନୈତିକ ସୁବିଧାସୁଯୋଗରୁ ବଞ୍ଚିତ ହେବେ ବୋଲି ଭାରତ ଏକତରଫା ‌ଭାବେ ଧମକ ଦେଇଥିଲା। ଏଭଳି ପଦକ୍ଷେପ ଅଯୌକ୍ତିକ ଓ ଅଭୂତପୂର୍ବ ଏବଂ ଏହା କୂଟନୈତିକ ସମ୍ପର୍କ ସଂକ୍ରାନ୍ତ ‘ଭିଏନା କନ୍‌ଭେନ୍‌ସନ୍‌’ର ସ୍ପଷ୍ଟ ଉଲ୍ଲଂଘନ। କିନ୍ତୁ, ଅଟାୱା ପ୍ରତିଶୋଧମୂଳକ ପଦକ୍ଷେପ ଗ୍ରହଣ କରିବ ନାହିଁ।

Comments are closed.