ମଣିପୁର ସମ୍ପର୍କରେ ଏମିତି କିଛି କହିଲେ ମୋଦି

ମଣିପୁର ମେ’ ୩ ତାରିଖରୁ ଜଳୁଥିବା ବେଳେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଯାଏ ବିବୃତି ରଖି ନଥିଲେ। ତାଙ୍କ ବିବୃତି ଦାବି କରି ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଫଳରେ ଆଜି ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଦେବା ବେଳେ ଶେଷ ଆଡ଼କୁ କିଛି ମିନିଟ ପାଇଁ ମଣିପୁର କଥା ଉଠାଇଥିଲେ।

ମୋଦି ମୋଟ ୨ ଘଣ୍ଟା ୧୩ ମିନିଟର ଭାଷଣ ଦେଇଥିବା ବେଳେ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ସେ ମଣିପୁର ଉପରେ ନିଜ ଭାଷଣର ୯୭ ମିନିଟ ପରେ ମତ ରଖିଥିଲେ। ମୋଦି କେବଳ ବିରୋଧୀଙ୍କୁ ସମାଲୋଚନା କରିବାରେ ଲାଗିବାରୁ ସେମାନେ କକ୍ଷତ୍ୟାଗ କରିଥିଲେ।

ବିରୋଧୀ ମେଣ୍ଟ କକ୍ଷତ୍ୟାଗ କରୁଥିବା ବେଳେ ମୋଦି ସଂସଦରେ ପ୍ରଥମଥର ମଣିପୁର ପ୍ରସଙ୍ଗ ସଂସଦରେ ଉଠାଇଥିଲେ। ଏଥିସହ ବିରୋଧୀ କକ୍ଷ ତ୍ୟାଗ କରିବାରୁ ଏହାକୁ ମଧ୍ୟ ସେ ସମାଲୋଚନା କରିଥିଲେ। ପ୍ରଶ୍ନ ଉଠାଇ ଏହାକୁ ନ ଶୁଣିବା ବିରୋଧଙ୍କ ଅଭ୍ୟାସ। ସେମାନେ ଧୈର୍ଯ୍ୟ ରଖିବା ଦରକାର ବୋଲି ମଧ୍ୟ ମୋଦି କହିଛନ୍ତି।

ବିରୋଧୀ ଗୃହରୁ ଚାଲିଯିବା ପରେ ମୋଦି କହିଛନ୍ତି, “ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଶୀଘ୍ର ଶାନ୍ତି ପ୍ରତିଷ୍ଠା ହେବ। ରାଜ୍ୟର ମହିଳାମାନଙ୍କ ସହ ପୂରା ଦେଶ ଛିଡ଼ା ହୋଇଛି। ଆମ ପାଇଁ ଉତ୍ତରପୂର୍ବ ଛାତିର କଲିଜା। ମଣିପୁରରେ ମହିଳାଙ୍କ ବିରୋଧରେ ଅତି ଭୟଙ୍କର କାଣ୍ଡ ଘଟିଛି।

Comments are closed.