ଆଜି ବିଜୟ ଦିବସ ସହିଦଙ୍କୂ ଶ୍ରଦ୍ଧାଞ୍ଜଳି ଦେଲେ ମୋଦୀ

୧୯୭୧, ଡିସେମ୍ବର ୧୬ ଭାରତ ଇତିହାସର ଏକ ଗୌରବମୟ ଅଧ୍ୟାୟ। ପାକିସ୍ତାନକୁ ପରାସ୍ତ କରି ଏକ ସ୍ୱତନ୍ତ୍ର ଦେଶ ବାଂଲାଦେଶ ଗଢିବାରେ ସଫଳ ହୋଇଥିଲେ ଭାରତୀୟ ସୈନ୍ୟ। ଆଉ ଏହି ଯୁଦ୍ଧରେ ୯୩ ହଜାର ପାକିସ୍ତାନୀ ସୈନ୍ୟଙ୍କ ଆତ୍ମସମର୍ପଣ ସହ ଭାରତ ଉଡାଇଥିଲା ବିଜୟ ବାନା। ସୈନ୍ୟଙ୍କ ଏହି ଅବଦାନକୁ ମନେ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧୬କୁ ଭାରତ ପାଳୁଛି ‘ବିଜୟ ଦିବସ’।

ଆଜିର ଏହି ଗୌରବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୈନ୍ୟମାନଙ୍କ ସାହସିକତା ଏବଂ ନିଷ୍ଠା ଦେଶର ଗୌରବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେ ସୋଶାଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ବୀର ଯବାନଙ୍କ ଅଦମ୍ୟ ସାହସ ଏବଂ ସେମାନଙ୍କ ବଳିଦାନ ଚିର କାଳ ପାଇଁ ଦେଶବାସୀଙ୍କ ହୃଦୟରେ ଏବଂ ଆମ ଇତିହାସରେ ଲିପିବଦ୍ଧ ହୋଇ ରହିବ।

Comments are closed.