ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦୀ

ନୂଆଦିଲ୍ଲୀ,: ଆଜି ସମଗ୍ର ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ପାଳନ କରୁଛି। ଦିଲ୍ଲୀର ରାଜଘାଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଅନେକ ସେଲିବ୍ରିଟି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସୁଛନ୍ତି। ସେହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଖେ ମଧ୍ୟ ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଏହି ଅବସରରେ ଦେଶରେ ସ୍ବଚ୍ଛତା ଅଭିଯାନ ମଧ୍ୟ ଚାଲିଛି। ଆଜି ବିରୋଧୀ ଗାନ୍ଧୀ ଜୟନ୍ତୀ ଉପରେ ଏକ ବଡ ପ୍ରଦର୍ଶନ କରିବାକୁ ଯାଉଛନ୍ତି। ଗୋଟିଏ ପଟେ ମିଳିତ ମେଣ୍ଟ ଇଣ୍ଡିଆ ଆଜି ମୁମ୍ବାଇରେ ‘ମେନ ଭୀ ଗାନ୍ଧୀ’ ନାମକ ଏକ ଶାନ୍ତି ପଦଯାତ୍ରା କରିବ।

Comments are closed.