ବିଲ ଗେଟ୍ସଙ୍କୁ ଏମିତି କିଛି ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ଏହି ସମୟରେ, ଭୋକାଲ ଫର ଲୋକାଲର ଏକ ଗିଫ୍ଟ ଗେଟ୍ସଙ୍କୁ ଦେଇଛନ୍ତି। ଯେଉଁଥିରେ ବିଭିନ୍ନ ରାଜ୍ୟର ଉତ୍ପାଦ ରହିଥିଲା। ମୋଦି ପ୍ରଥମେ ବିଲ ଗେଟ୍ସଙ୍କୁ ପୁଷ୍ଟିକର ପୁସ୍ତକ ଦେଇଥିଲେ ଏବଂ ତା’ପରେ ତାମିଲନାଡୁର ମତ୍ସ୍ୟଜୀବୀମାନଙ୍କ ଦ୍ୱାରା ପ୍ରସ୍ତୁତ ମୋତି ଉପହାର ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁର ପ୍ରସିଦ୍ଧ କଳା ଟେରାକୋଟାକୁ ବିଲ ଗେଟ୍ସଙ୍କୁ ଉପହାର ଦେଇଛନ୍ତି। ଏହି ସମୟରେ ମୋଦି ବିଲ ଗେଟ୍ସଙ୍କୁ ଟେରାକୋଟାର ବିଶେଷତା ବିଷୟରେ କହିଥିଲେ ଏବଂ ଏହା ଏକ ଅତି ଲୋକପ୍ରିୟ କଳା, ଯାହା ବିଦେଶରେ ମଧ୍ୟ ପ୍ରସିଦ୍ଧ। ଲୋକମାନେ ନିଜ ଘର ଏବଂ ମନ୍ଦିରରେ ମଧ୍ୟ ଏହିପରି କଳା ସ୍ଥାପନ କରନ୍ତି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଶ୍ମୀରରୁ ବିଲ ଗେଟ୍ସଙ୍କୁ ଏକ ପଶମିନା ଶାଲ ଦେଇଥିଲେ ଏବଂ ପରେ ତାଙ୍କୁ ଉପହାର ସ୍ବରୂପ କଶ୍ମୀରର କେଶର ମଧ୍ୟ ଦେଇଥିଲେ। ସେ ବିଲ ଗେଟ୍ସଙ୍କୁ କହିଛନ୍ତି ଯେ ବର୍ତ୍ତମାନ ସେ ଦେଶରେ ଭୋକାଲ ଫଣ ଲୋକାଲ ଓ ଓ୍ବାନ-ଡିଷ୍ଟ୍ରିକ୍ଟ-ଓ୍ବାନ ପ୍ରୋଜେକ୍ଟ ମୁଭମେଣ୍ଟ ଚଳାଉଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ମୋଦି ବିଲ ଗେଟ୍ସଙ୍କୁ ଦାର୍ଜିଲିଂ ଏବଂ ନୀଳଗିରି ଚା ପତ୍ର ଦେଇଛନ୍ତି ଏବଂ କହିଛନ୍ତି ମୁଁ ଆବଣଙ୍କୁ ଦେଖିଛି ଆପଣ ଚା ଉପରେ ଚର୍ଚ୍ଚା କରୁଛନ୍ତି।

ମୋଦି ଶୁକ୍ରବାର କହିଛନ୍ତି ଯେ କୃଷି, ସ୍ବାସ୍ଥ୍ୟ ଏବଂ ଶିକ୍ଷା ହେଉଛି ତିନୋଟି କ୍ଷେତ୍ର ଯେଉଁଥିରେ ପ୍ରଯୁକ୍ତିବିଦ୍ୟା ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଭିନ୍ନ କାର୍ଯ୍ୟ ସହ ଜଡିତ ବିଲ ଗେଟ୍ସଙ୍କ ସହ ବାର୍ତ୍ତାଳାପରେ ମୋଦି କହିଛନ୍ତି ଯେ ସେ ବିଶ୍ୱରେ ଡିଜିଟାଲ ବିଭେଦ ବିଷୟରେ ଶୁଣୁଥିଲେ ଏବଂ ସେ ନିଷ୍ପତ୍ତି ନେଇଛନ୍ତି ଯେ ଏହା ଭାରତରେ ଘଟିବ ନାହିଁ। ସେ କହିଛନ୍ତି, ‘ମୁଁ ଡିଜିଟାଲ ବିଭାଜନ ଘଟିବାକୁ ଦେବି ନାହିଁ, ଆମେ ଗାଁକୁ ଡିଜିଟାଲ ଭିତ୍ତିଭୂମି ନେଇଯିବା।’

Comments are closed.