କଂଗ୍ରେସ ଛାଡିଲେ ଚିରଞ୍ଜିବୀ ବିଶ୍ବାଳ

କଂଗ୍ରେସ ଛାଡ଼ିଦେଲେ ଜଗତସିଂହପୁରର ଟାଣୁଆ ନେତା ଚିରଞ୍ଜିବୀ ବିଶ୍ୱାଳ । ୨୦୦୪ରୁ ୨୦୦୯ ତିର୍ତ୍ତୋଲ ବିଧାୟକ ଏବଂ ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁର ବିଧାୟକ ଭାବେ କଂଗ୍ରେସ ଗଡ଼ ସମ୍ଭାଳିଥିଲେ ଚିରଞ୍ଜିବୀ । ଏପରିିକି ବିଧାନସଭାରେ ବିରୋଧୀ ଦଳର ଉପନେତା ଭାବେ ମଧ୍ୟ କଂଗ୍ରେସ ସ୍ୱରକୁ ଶାଣିତ କରିଥିଲେ ଚିରଞ୍ଜିବୀ । ପ୍ରଦେଶ କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ବି ଥିଲେ ଚିରଞ୍ଜିବୀ ବିଶ୍ୱାଳ ।

ତେବେ ଚିରଞ୍ଜିବୀ ହାତକୁ ବାଏ ବାଏ କହିବା ପରେ ଏବେ କଂଗ୍ରେସ ଦଳ ଧିରେ ଧିରେ ବ୍ୟାକଫୁଟ୍ କୁ ଯିବାରେ ଲାଗିଛି । ପୂର୍ବରୁ ଦଳର ଅନେକ ଟାଣୁଆ ନେତା ଯେମିତି କି କେନ୍ଦ୍ରାପଡ଼ାରୁ ଜଣାଶୁଣା ଅଂଶୁମାନ ମହାନ୍ତି, ଟିଟିଲାଗଡ଼ର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ ମଧ୍ୟ କଂଗ୍ରେସକୁ ମୁହଁ ମୋଡ଼ି ବିଜେଡିରେ ସାମିଲ ହୋଇଥିଲେ, ଏବେ ଚିରଞ୍ଜିବୀ ଦଳ ଛାଡ଼ିବା ପରେ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Comments are closed.