ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ମୋଦି

ଆଜି ସମଗ୍ର ଭାରତରେ ପର୍ବ-ପର୍ବାଣୀର ମାହୋଲ୍, ଯେପରି ହୋଲି କିମ୍ବା ଦୀପାବଳି ହେଉଛି। ବାସ୍ତବରେ କିନ୍ତୁ ଏ ପର୍ବ ବିଶ୍ୱକପର। ଦିନିକିଆ ବିଶ୍ୱକପ ଫାଇନାଲ୍ ମ୍ୟାଚରେ ଭାରତର ବିଜୟୀ କାମନାରେ ସମଗ୍ର ଦେଶରେ ଚାଲିଛି ପୂଜା-ପାଠ ସାଙ୍ଗକୁ ହୋମ-ଯଜ୍ଞ। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟିମ୍ ଇଣ୍ଡିଆକୁ ଚିଅର୍ ଅପ୍ କରିଛନ୍ତି।

ବିଶ୍ୱକପ୍ ମହାମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟ ଯୋଗେ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, “ଟିମ୍ ଇଣ୍ଡିଆକୁ ଶୁଭକାମନା। 140 କୋଟି ଭାରତୀୟ ଆପଣମାନଙ୍କୁ ଉତ୍ସାହିତ କରୁଛନ୍ତି। ଆପଣମାନେ ଚମକନ୍ତୁ, ଭଲ ଖେଳନ୍ତୁ ଏବଂ କ୍ରୀଡ଼ାବିତ୍ ସ୍ପିରିଟକୁ ସମର୍ଥନ କରନ୍ତୁ।”

ଆଜି ବିଶ୍ୱକପ୍ ବିଗ୍ ଫାଇଟରେ ମୁହାଁମୁହିଁ ହେଉଛନ୍ତି ଭାରତ-ଅଷ୍ଟ୍ରେଲିଆ। ଗୁଜରାଟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ୍। ଦିନ ଗୋଟାଏରେ ଟସ୍ ପଡିବା ପରେ ଦୁଇଟାରେ ମ୍ୟାଚ୍ ଆରମ୍ଭ ହେବ। ଏଥିପାଇଁ ଦୁଇ ଟିମର ଖେଳାଳିମାନେ ଷ୍ଟାଡିୟମରେ ପହଞ୍ଚି ସାରିଛନ୍ତି।

Comments are closed.