ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଦେଲେ ନବୀନ

ଭୁବନେଶ୍ବର: ବିଶ୍ବକପ୍ ଫାଇନାଲ୍ ମ୍ୟାଚ୍ ର ଅବ୍ୟବହିତ ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ କ୍ରିକେଟ୍ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି, ଅହମ୍ମଦାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତିମ ମୁକାବିଲା ପାଇଁ ଭାରତୀୟ ପୁରୁଷ କ୍ରିକେଟ୍ ଦଳକୁ ଶୁଭେଚ୍ଛା। ଦଳ ଅପରାଜିତ ରନ୍ ଜାରି କରି ତୃତୀୟ ଥର ପାଇଁ ବିଶ୍ୱକପ୍ ହାସଲ କରିବ।

ସଦ୍ୟତମ ସୂଚନା ଅନୁସାରେ, ଭାରତୀୟ କ୍ରିକେଟ୍‌ ଦଳ ଅହମଦାବାଦ୍‌ର ମୋଟେରା ଅଞ୍ଚଳରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ଅଭିମୁଖେ ବାହାରି ଯାଇଛନ୍ତି। ମ୍ୟାଚ୍‌ ଦେଖିବାକୁ ସମଗ୍ର ଦେଶରୁ ଲୋକେ ଆସିଥିବାରୁ ଷ୍ଟାଡିୟମ୍‌ ବାହାରେ ପ୍ରବଳ ଜନଗହଳି ଲାଗିଛି।

Comments are closed.