ଜଗତ୍ସିଂହପୁର ଅଫିସ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (୩୦) ଏବଂ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳି ଗ୍ରାମେଶ୍ୱର ଗ୍ରାମର ସଂଗ୍ରାମ କିଶୋର ଦାଶଙ୍କ ଝିଅ ସୁମାଲିକା ଦାଶ (୨୯) ପରସ୍ପରକୁ ବିବାହ କରିବାକୁ ଏକପ୍ରକାର ନିଷ୍ପତ୍ତି ନେଇଥିଲେ। ଏନେଇ ଉଭୟେ ଗତ ମେ’ ୧୭ରେ ଜଗତ୍ସିଂହପୁର ଜିଲା ସବ୍-ରେଜିଷ୍ଟ୍ରାର (ଡିଏସ୍ଆର୍)ଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଆବେଦନ କରିଥିଲେ। ଏହି ଆବେଦନ ପରେ ଆଇନ ଅନୁଯାୟୀ, କାହାର କୌଣସି ଆପତ୍ତି ଅଭିଯୋଗର ଶୁଣାଣି ପାଇଁ ୩୦ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼େ। ଅଭିଯୋଗ ନ ଥିଲେ ୩୧ରୁ ୯୦ ଦିନ ମଧ୍ୟରେ ବିବାହ କରାଯାଇପାରିବ ବୋଲି ଡିଏସ୍ଆର୍ଙ୍କ କାର୍ଯ୍ୟାଳୟର ହେଲ୍ପଡେସ୍କ ପକ୍ଷରୁ ସୂଚନା ଦିଆଯାଇଥିଲା।
ଶୁକ୍ରବାର ୩୧ ଦିନ ହୋଇଥିବାରୁ ବିବାହ ପାଇଁ ସୁମାଲିକା ତାଙ୍କ ସମ୍ପର୍କୀୟମାନଙ୍କ ସହ ଡିଏସ୍ଆର୍ଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସକାଳୁ ସେମାନେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଧାୟକ ଦାସଙ୍କୁ ଅପେକ୍ଷା କରି ନିରାଶ ହେଲା ପରେ ଫେରି ଯାଇଥିବା ସୁମାଲିକା ପ୍ରତିକ୍ରିୟାରେ କହିଛନ୍ତି। ତାଙ୍କ କହିବାନୁଯାୟୀ, କୋର୍ଟରେ ଆବେଦନ କରିବା ପରଠାରୁ ସେ ୪ରୁ ୫ ଥର ବିଧାୟକ ଦାସଙ୍କ ସହ କଥା ହୋଇଛନ୍ତି। ଏହାପରେ କୋର୍ଟରେ ବିବାହ ପାଇଁ ଶୁକ୍ରବାର ଦିନ ଧାର୍ଯ୍ୟ କରାଯାଇଥିଲା। ଗତ ୧୬ ତାରିଖରେ ମଧ୍ୟ ଏ ବାବଦରେ ଦାସଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା ହୋଇଥିଲା। ଏହି ଦିନ ବିବାହ ପରେ ରାତିରେ ରିଙ୍ଗ ସେରିମନି ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ବିଧାୟକ ଦାସ ଡିଏସ୍ଆର୍ଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ନ ଥିଲେ। ଏପରି କି ତାଙ୍କ ସମ୍ପର୍କୀୟମାନଙ୍କ ସହ ମୋବାଇଲ ଯୋଗେ ଯୋଗାଯୋଗ କରିବାରୁ ସେମାନେ ଦୁର୍ବ୍ୟବହାର କରିଥିଲେ। ବିଧାୟକ ଦାସ ଫୋନ ଉଠାଉ ନ ଥିବାରୁ କେହି ତାଙ୍କୁ ଅପହରଣ କରି ଥାଇପାରନ୍ତି କିମ୍ବା ସେ ଜାଣିଶୁଣି ଠକିବାକୁ ଚେଷ୍ଟା କରୁଛନ୍ତି ବୋଲି ସୁମାଲିକା ଆଶଙ୍କା ପ୍ରକଟ କରିଛନ୍ତି। ଏପରି କି ଅନ୍ୟ କେଉଁଠି ଦାସଙ୍କ ପ୍ରେମସମ୍ପର୍କ ଥାଇପାରେ ବୋଲି ସେ ସନ୍ଦେହ କରୁଥିବା କହିଛନ୍ତି। ପୂର୍ବରୁ ସେ ବିଧାୟକଙ୍କ ନାଁରେ ଜଗତ୍ସିଂହପୁର ଥାନା ଓ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏବେ ନ୍ୟାୟ ନ ମିଳିଲେ ପୁନର୍ବାର ଆଇନ୍ର ଆଶ୍ରୟ ନେବେ ବୋଲି ସୁମାଲିକା ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ବିଧାୟକ ଦାସ ପ୍ରତିକ୍ରିୟାରେ କହିଛନ୍ତି, ବିବାହ ପାଇଁ ୯୦ଦିନ ସମୟ ରହିଛି। ସେଥିମଧ୍ୟରୁ ୩୦ ଦିନ ଯାଇଛି। ଅବଶିଷ୍ଟ ୬୦ଦିନ ମଧ୍ୟରେ ବିବାହ ହେବ।
Prev Post
Next Post
Comments are closed.