୧୬ ବର୍ଷିୟା ଝିଅର କିରୋସିନ ଢାଳି ଆତ୍ମହତ୍ୟା ସନ୍ଦେହ

ଆଜି ରାଉରକେଲାର ପଣ୍ଡା କଲୋନୀଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେଠାରେ ୧୬ ବର୍ଷିୟା ଯୁବତୀଟି ପୋଡି ହୋଇଯିବାରୁ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଛି । ପାଖରେ କିରୋସିନ ଜ୍ୟାର ଥିବାରୁ ଯୁବତୀଟି ନିଜ ଶରୀରରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି । ପୋଲିସ ସୂତ୍ରରୁ ଜଣାପଡିଛି କି, ଯୁବତୀ ଜଣକ ହେଉଛନ୍ତି ଚାନ୍ଦବାଲୀ ଅଞ୍ଚଳର ନିରୂପମା ମହାନ୍ତି । ସେ ୨୦ ଦିନ ପୂର୍ବରୁ ହିଁ ପଣ୍ଡା କଲୋନୀଠାରେ ଥିବା ମଉସାଙ୍କ ଘରେ ରହିଆସୁଥିଲା । କିଛି ଦିନ ତଳେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାରେ ସେ ଫେଲ୍‌ ହୋଇଥିଲେ ।ଯେଉଁଥିରେ ସେ ଦୁଃଖୀ ହୋଇ ଏପରି କାଣ୍ଡ ଘଟାଇଛନ୍ତି । ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ରାଉରକେଲା ପୋଲିସ ।

Comments are closed.