ପ୍ରେମିକାର ଫଟୋକୁ ପର୍ଣ୍ଣ ସାଇଟରେ ଅପଲୋଡ କରି ଗିରଫ ଯୁବକ

ଦୁନିଆରେ ଏମିତିବି ଲୋକ ଅଛନ୍ତି ଯେଉଁମାନେ ଯେଉଁମାନେ ନିଜ ପ୍ରେମକୁ ଭୁଲି ନପାରି ଖରାପ କାମ ପ୍ରତି ଆକର୍ଷିତ ହୋଇଥାନ୍ତି । ଏହିଭଳି ଦିଲ୍ଲୀର ଏକ ଯୁବକ ନିଜ ପ୍ରେମିକା ନାମରେ ଫେକ୍ ଆକାଉଣ୍ଟ ଖୋଲି ପର୍ଣ୍ଣୋଗ୍ରାଫି ସାଇଟରେ ଅପଲୋଡ୍ କରିଥିବା ଅଭିଯୋଗରେ ପୋଲିସ ହାତରେ ଗିରଫ ହୋଇଛି । ପୋଲିସ ସୂତ୍ରରୁ ଜଣା ପଡିଛି କି , ଅଭିଯୁକ୍ତ ଯୁବକ କିଛି ବର୍ଷ ପୂର୍ବରୁ ଏକ ଯୁବତୀ ସହ ନିର୍ବନ୍ଧ କରିଥିଲେ, ପରନ୍ତୁ ପରେ ଯୁବତୀଟି କୌଶସି କାରଣବଶତଃ ସମ୍ପର୍କ ରଖିବା ପାଇଁ ମନାକରିଥିଲେ । ଯୁବତୀଟି ଏୟାର ହଷ୍ଟେସ୍ ଥିବାବେଳେ ଯୁବକ ଜଣକ ମିଲିଟାରୀରେ ଜୁନିଅର୍ ଇଞ୍ଜିନିୟର ରୂପେ କାମ କରୁଥିଲେ । ଯୁବତୀଙ୍କ ଦୂରେଇ ଯିବା କଷ୍ଟ ସହ୍ୟ ନକରି ପାରି ଅଭିଯୁକ୍ତ ଜଣକ ବ୍ଲାକମେଲିଙ୍ଗ କରିବା ଆରମ୍ଭ କରିଥିଲା । ଯୁବତୀଙ୍କ ବ୍ୟକ୍ତିଗତ ଫଟୋକୁ ନେଇ ବିଭିନ୍ନ ପର୍ଣ୍ଣ ସାଇଟରେ ଅପଲୋଡ କରି ସମ୍ପର୍କ ରଖିବାପାଇଁ ବାଧ୍ୟ କରୁଥିଲା ଯୁବକ । ଏନେଇ ଯୁବତୀ ପୋଲିସ ନିକଟରେ ଅଭିଯୋଗ କରିବାରୁ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

Comments are closed.