ଗାଁ ହାଟ ପରିଦର୍ଶନ କଲେ କୃଷିମନ୍ତ୍ରୀ ଓ ଦଶପଲ୍ଲା ବିଧାୟକ

ନୂଆଗାଁ, ପୁଷ୍ପଲତା ପ୍ରଧାନ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ବସ୍ ଷ୍ଟାଣ୍ଡ ଠାରେ ଥିବା ଭିଲା ମାର୍ଟ ( ଗାଁ ହାଟ) ପରିଦର୍ଶନ କରିଛନ୍ତି କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ଏବଂ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।କୃଷି ମନ୍ତ୍ରୀ ଓ ଦଶପଲ୍ଲା ବିଧାୟକ ଗାଁ ହାଟ ରେ ଥିବା ପ୍ରତ୍ୟେକ ସାମଗ୍ରୀ ତନଖି ଦେଖିବା ସହ ଉଚ୍ଚ ମାନର ସାମଗ୍ରୀ ଲୋକ ମାନେ ଯେପରି ସୁଲଭ ଦର ରେ ଏବଂ ସୁବିଧାରେ ପାଇ ପାରିବେ ସେ ସମ୍ପର୍କରେ ଭି ଲା ମାର୍ଟ ନିର୍ଦେଶକ ଙ୍କୁ କହିଥିଲେ। ଭିଲା ମାର୍ଟ ( ଗାଁ ହାଟ) ନିର୍ଦ୍ଦେଶକ ଡ଼ ରମେଶ ଚନ୍ଦ୍ର ବିଶ୍ବାଳ ବିଭିନ୍ନ ସାମଗ୍ରୀ ଦେଖାଇବା ସହ ଗାଁ ହାଟ କିପରି ପରିଚାଳନା କରାଯାଉଛି , ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ କିପରି ରୋଜଗାରକ୍ଷମ ହୋଇପାରିବେ ଏବଂ ଆଗାମୀ ଦିନରେ ଏହାର ଆଭିମୁଖ୍ୟ ସମ୍ପର୍କରେ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ଦଶପଲ୍ଲା ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଗାଁ ହାଟ ପରିଦର୍ଶନ ସମୟରେ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପା ଧକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ୍,ଦଶପଲ୍ଲା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ,ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା,ଦଶପଲ୍ଲା ବ୍ଲକ୍ ବିଜେଡ଼ି ସଭାପତି ,ନୂଆଗାଁ ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,ଯୁବ ସଂଗଠକ ସଞ୍ଜୟ କୁମାର ସାହୁ,ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା, ନୂଆଗାଁ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ଙ୍କ ସମେତ ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Comments are closed.