ଆଣ୍ଡାମାନରେ ପ୍ରବେଶ କଲା ମୌସୁମୀ

ଚଳିତ ବର୍ଷ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ମୌସୁମୀ ବାୟୁ ପ୍ରବେଶ କରିଛି । ଫଳରେ ଶୁକ୍ରବାର ସକାଳେ ଦକ୍ଷିଣ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ବର୍ଷା ହୋଇଛି । ଗତ ୨୩ତାରିଖରେ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲେ । ତେବେ ଏଥିରେ ତିନି ଦିନ ବିଳମ୍ବ ହୋଇଥିବା ପାଣିପାଗ ବିଭାଗ କହିଛି । ଏହାଛଡା ଆସନ୍ତା ୨୯ତାରିଖରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି । ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ ସୂଚନା ଦେଇଛନ୍ତି ।

Comments are closed.