ଗଣେଶୀ ଲାଲ ଓଡିଶାର ନୂତନ ରାଜ୍ୟପାଳ ନିଯୁକ୍ତ

ହରିୟାନାର ବରିଷ୍ଠ ବିଜେପି ନେତା ତଥା ପ୍ରଫେସର ଗଣେଶୀ ଲାଲଙ୍କୁ କେନ୍ଦ୍ର ସରକାର ବିଧିବଦ୍ଧ ଭାବେ ଓଡିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି । ପ୍ରଫେସର ଲାଲ ଗଣିତ ଅଧ୍ୟାପକ ଭାବରେ ନିଜର ବୃତିଗତ ଜୀବନ ଆରମ୍ଭ କରିଥିଲେ । ୧୯୯୬ରେ ବିଜେପି ଟିକେଟରେ ହରିୟାନାର ବିଧାନସଭାକୁ ନିର୍ବାଚିତ ହେବା ସହ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏଥିସହିତ ରାଜ୍ୟ ବିଜେପି ସଭାପତି ଓ ଶୃଙ୍ଖଳା କମିଟିର ଅଧ୍ୟଖ ଭାବରେ କାର୍ଯ୍ୟକରିଛନ୍ତି । ଏସସି ଜମିରଙ୍କ କାର୍ଯ୍ୟକାଳ ସରିବା ପରେ ଓଡିଶାରେ ରାଜ୍ୟପାଳ ଦାୟିତ୍ୱରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅତିରିକ୍ତ ଦାୟିତ୍ୱ ନେଇଥିଲେ । ଆସନ୍ତା ସୋମବାର ଦିନ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ବିଶ୍ୱସ୍ତସୂତ୍ରରୁ ଜଣାପଡିଛି । ସେହିପରି କେନ୍ଦ୍ର ସରକାର ମିଜୋରାମ ରାଜ୍ୟାପାଳ ଭାବେ କୁମ୍ମନମ୍ ରାଜଶେଖରନଙ୍କୁ ନିଯୁକ୍ତି ଦେଇଛନ୍ତି ।

Comments are closed.