ବ୍ରାହ୍ମଣୀ ସେତୁକୁ ନେଇ ଜୁଏଲଙ୍କ ଉଦ୍ବେଗ

ରାଉରକେଲା ନିକଟର୍ତୀ ପାନପୋଷ ଠାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣକୁ ନେଇ ଗତ କିଛି ଦିନ ହେଲା ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ବହୁ ବାଦ ବିବାଦ ଓ ଆରୋପ ଲାଗି ରହିଛି । ଗୁରୁବାର ସଂନ୍ଧ୍ୟାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପାନପୋଷ ସର୍କିଟ ହାଉସରେ ସାମ୍ବାଦିକ ସମ୍ମିଳନୀରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ବିଭାଗ ଏବଂ ଠିକା ସଂସ୍ଥା ପ୍ରସ୍ତୁତ ଅଛନ୍ତି ବୋଲି ଜଣାଇ ଥିଲେ । ଆପ୍ରୋଚ ରୋଡ ହେଲେ ସେତୁ ନିମାଣ ହେବ । ଯଦି ରାଜ୍ୟ ସରକାର ଯଥାଶିଘ୍ର ଆପ୍ରୋଚ ରୋଡ ପାଇଁ ଜାଗା ପ୍ରଦାନ ନକରନ୍ତି ତାହାଲେ ବିଜେପି ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଏହାଛଡା ଜାତୀୟ ରାଜପଥ ପ୍ରାଧିକରଣ କତୃପକ୍ଷ ଓ ଠିକା କମ୍ପାନୀ ସହ ଆଲେଚନା ଓ ସମୀକ୍ଷା କରିଛନ୍ତି । ଗତ ୨୩ ତାରିଖରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆପ୍ରୋଚ ରୋଡ ପାଇଁ ଜଙ୍ଗଲ ବିଭାଗ ଅନୁମୋଦ ପ୍ରଦାନ କରିଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଅନୁମୋଦନ ଅପେକ୍ଷାରେ ଥିବା କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ କହିଛନ୍ତି ।

Comments are closed.