ଭଦ୍ରକ ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ସମନ୍ଵୟ ସମିତି ବୈଠକ ଅନୁଷ୍ଠିତ

ଭଦ୍ରକ, ନିମାଇଁ ନାୟକ : ଭୋର ୪ ଟା ୩0 ରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ। ଭକ୍ତ ଙ୍କ ସମାଗମ ନେଇ ନିଷ୍ପତ୍ତି ନେବ ପ୍ରଶାସନ । ଆସନ୍ତାମାସ ଅର୍ଥାତ ମାର୍ଚ୍ଚ ୧୧ରେ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଉତ୍ସବ । ଏଥିପାଇଁ ଭଦ୍ରକ ଜିଲାପାଳ ଜ୍ଞାନ ଦାସଙ୍କ ଅଧକ୍ଷତାରେ ଜିଲା ସଦଭାବନା ସଭାଗୃହରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସେବାୟତ ବିଜୟ କୁମାର ଦାଶ ମଣିବାବାଙ୍କର ଜାଗରଯାତ୍ରାଦିନ ହେବାକୁ ଥିବା ନୀତିକାନ୍ତି ସମ୍ବନ୍ଧରେ ସୂଚନା ଦେଇଥିଲେ । ଜାଗରଦିନ ଭୋର ୪ଟାରେ ମଣିବାବାଙ୍କର ଦ୍ଵାର ଫିଟିବା ପରେ ମଙ୍ଗଳ ଆରତୀ, କନିକାରାଜାଙ୍କ ପକ୍ଷରୁ ପହିଲି ଘର୍ଷଣ ଲାଗି ହେବ । ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜିତ କରାଯାଇ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡି ଅନ୍ନନୀତି ଭୋଗ ଲାଗି କରାଯିବ । ସକାଳ ୫ଟା ଠାରୁ ସର୍ବସାଧାରଣଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ରାତ୍ର ୧୨ଟା ଯାଏଁ ମନ୍ଦିର ସାହାଣ ମେଲା ରହିବ । ରାତ୍ର୧ଟାରେ ମଣିବାବାଙ୍କୁ ସୁନାବେଶରେ ସଜ୍ଜିତ କରାଯାଇ ଭୋର ୪ଟା ୩୦ରେ ରୀତିନୀତି ଅନୁଯାୟୀ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ସେବାୟତଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ଚଳିତବର୍ଷ କୋଭିଡ କଟକଣା ମଧ୍ୟ ରେ ସମସ୍ତ ନୀତିକାନ୍ତି ଚାଲିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ସେହିପରି ପୀଠରେ ସୁରକ୍ଷା ବ୍ୟବସ୍ଥା ପାଇଁ ମନ୍ଦିର ଭିତରେ ଓ ବାହାରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ସହ ସ୍ଥଳପଥ ଓ ଜଳପଥରେ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବ । ଏଥିସହ ପୀଠରେ ଥିବା ତିନିତର,  ମୁଆଁ ଓ ଧାନଖଣିଆ ୩ଟି ନଦୀଘାଟକୁ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ପଇଁତରା ଦିଆଯିବ । ଯାତ୍ରାର ୩ଦିନ ପୂର୍ବରୁ ପୀଠରେ ପରିମଳ, ପାନୀୟଜଳ ଓ ବିଦ୍ୟୁତ ବ୍ୟବସ୍ଥା କରାଯିବ । ତେବେ ଶିବରାତ୍ରି ରେ ଭକ୍ତ ଙ୍କ ସମାଗମ ନେଇ ରାଜ୍ୟ ସରକାର ଙ୍କ କୋଭିଦ ଗାଇଡଲାଇନ ପରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ ।

Comments are closed.