ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ର ଏବେ ଋଷରେ ପଢ଼ିବେ
ନୂଆଦିଲ୍ଲୀ : ଯୁଦ୍ଧ ପାଇଁ ୟୁକ୍ରେନ୍ରେ ଡାକ୍ତରୀ ପଢ଼ୁଥିବା ଅନେକ ଭାରତୀୟ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ଯୁଦ୍ଧ ପାଇଁ ୟୁକ୍ରେନ୍ ଛାଡ଼ି ଭାରତ ପଳାଇ ଆସିଥିବା ଡାକ୍ତରୀ ଛାତ୍ରମାନେ ଭାରତରେ ପଢ଼ିବା ସୁଯୋଗ ପାଇଲେନି। ଇତିମଧ୍ୟରେ ଚେନ୍ନାଇରେ ରୁଷ୍ର ବାଣିଜ୍ୟିକ ରାଷ୍ଟ୍ରଦୂତ ଓଲେଗ ଅବଦୀବ ଏକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।
ଓଲେଗ କହିଛନ୍ତି, ୟୁକ୍ରେନ୍ରେ ପଢ଼ୁଥିବା ଭାରତୀୟ ମେଡିକାଲ ଛାତ୍ର ଯେଉଁମାନେ ୟୁକ୍ରେନ୍ ଛାଡ଼ି ଦେଇଛନ୍ତି ସେମାନେ ରୁଷ୍ରେ ପଢ଼ିପାରିବେ। ଓଲେଗ କହିଛନ୍ତି, ରୁଷ୍ର ମେଡିକାଲ ସିଲାବସ୍ ୟୁକ୍ରେନ୍ ସିଲାବସ୍ ସହ ପ୍ରାୟ ସମାନ। ସେମାନେ ରୁଷୀୟ ଭାଷା ମଧ୍ୟ ଜାଣନ୍ତି। କାରଣ ୟୁକ୍ରେନ୍ରେ ଅଧିକାଂଶ ଲୋକ ରୁଷୀୟ ଭାଷାରେ କଥା ହୁଅନ୍ତି। ତେଣୁ ୟୁକ୍ରେନରେ ପଢ଼ିଥିବା ଭାରତୀୟ ମେଡିକାଲ ଛାତ୍ରଙ୍କୁ ରୁଷ୍ରେ ପଢ଼ିବା ପାଇଁ ସ୍ବାଗତ କରାଯିବ। ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍ ଯୁଦ୍ଧରୁ ପ୍ରାଣ ବଞ୍ଚାଇବାପାଇଁ ଶତାଧିକ ଭାରତୀୟ ଛାତ୍ର ୟୁକ୍ରେନ ଛାଡ଼ି ଭାରତ ଚାଲି ଆସିଥିଲେ।
Comments are closed.