ଆଜି ଇଂଲଣ୍ଡ ଓ ଭାରତ ମଧ୍ୟରେ ସେମିଫାଇନାଲ

ସିଡନୀ:ଆଜି ଆଜି ଭାରତ ଆଉ ଲଣ୍ଡନ ଭିତରେ ଦ୍ୱିତୀୟ ସେମି ଖେଳାଯିବ । ଦୁଇ ଦଳ ଆଜି ଜିତିବା ପାଇଁ ତାଇର ସମସ୍ତ ଉଦ୍ୟମ ମୈଦାନରେ ଲଗାଇବେ ବୋଲି ଆଶା କରାଯାଉଥିବା ବେଳେ ଭାରତ ଫାଇନାଲକୁ ଯିବା ପାଇଁ ତାର ସମସ୍ତ ରଣନୀତି ପ୍ରସ୍ତୁତ କରି ସାରିଛି । ତେବେ ଆଜିର ମ୍ୟାଚରେ ଯିଏ ବିଜେତା ହେବ ସେ ଆସନ୍ତା ୧୩ ତାରିଖରେ ପାକିସ୍ତାନ ବିପକ୍ଷରେ ଲଢ଼ିବ । ମେଲବର୍ଣ୍ଣ ଗ୍ରାଉଣ୍ଡରେ ଏହି ଖେଳ ଖେଳାଯିବ ।

ଚଳିତ ଇନିଂସରେ ଭାରତୀୟ କ୍ରିକେଟର ମାନଙ୍କୁ ଦମଦାର ଫର୍ମରେ ଦେଖିବାକୁ ମିଳିଛି । ତେଣୁ ଏବେ ଦର୍ଶକ ମାନଙ୍କ ନଜର ରହିଛି ବିରାଟ ଆଉ ସୂର୍ଯ୍ୟକୂମାରଙ୍କ ଉପରେ । ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି । କେବଳ ବ୍ୟାଟସ୍ ମ୍ୟାନ ନୁହେଁ ବୋଲର ମାନେ ମଧ୍ୟ ଦମଦାର ଫର୍ମରେ ରହିଥିବାରୁ ଚଳିତ ମ୍ୟାଚ ବହୁ ରୋମାଞ୍ଚକପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ଆଜି ସେମି ଜିତିବାରେ ଯଦି ଭାରତ ସକ୍ଷମ ହୁଏ ତେବେ ୧୩ ରେ ବିଶ୍ୱ ପୁଣି ଏକ ମହାମୁକାବିଲା ଦେଖିବ । ଏପରେ ମେଲବର୍ଣ୍ଣରେ ମ୍ୟାଚ ଜିତି ଇତିହାସ ରଚିବାକୁ ଚାହିଁ ବସିଛି ପାକିସ୍ତାନ ।ତେବେ ଦେଖିବା ବାକି ରହିଲା ଆଜିର ମ୍ୟାଚରେ କିଏ ମାରି ବାଜି ।ଆଉ କାହା ସହିତ ପାକିସ୍ତାନ ଫାଇନାଲ ଖେଳିବ ।

Comments are closed.