ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୨୨ ମୃତ

ଆସନ୍ତାକାଲି ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାର ଦିନକ ପୂର୍ବରୁ ବାଲୋଚିସ୍ତାନରେ ଡବଲ ବିସ୍ଫୋରଣ ହୋଇଛି। ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଦୁଇ ଜଣ ନେତାଙ୍କ ଅଫିସ ନିକଟରେ ଏପରି ବିସ୍ଫୋରଣ ହୋଇଛି।

ଏଥିରେ ୨୨ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଗୁରୁବାର ଭୋଟ ପଡ଼ିବାକୁ ଥିବା ବେଳେ ଆଜି ବୋମା ଫୁଟିବା ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଜେଲରେ ଥିବା ବେଳେ ବାରମ୍ବାର ଦେଶରେ ଆତଙ୍କବାଦୀ ହମଲା ହୋଇ ଚାଲିଛି। ଏସବୁ ଭିତରେ ଆସନ୍ତାକାଲି ପାକିସ୍ତାନବାସୀ ଭୋଟ ଦେବାକୁ ଯାଉଛନ୍ତି।

ବିସ୍ଫୋରଣ ପରେ ବିଭିନ୍ନ ପୁଲିଂ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ଚେକିଂ ଓ ବ୍ଲକିଂକୁ ମଧ୍ୟ ଜୋରଦାର କରାଯାଇଛି।

Comments are closed.