ବିଭାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ନାବାଳକ ସହ ଜଣେ ଅଟକ

ରାଉରକେଲା, ୧୪/୪: ଗତ କାଲି ରାତିରେ ବିନ ବସ୍ତିର ଜଣେ ବିଭାହିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହେଲା ପରେ ସେକ୍ଟର ୭ ପୋଲିସ ଜଣେ ନାବାଳକ ସହ ଆଉ ଜଣେ ପିଲାଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି। ପ୍ରାପ୍ତ ସୂଚନା ମୁତାବକ ବିନ ବସ୍ତିର ରହୁଥିବା ମୁକେଶ ବିନ ଙ୍କ ପତ୍ନୀ ଛବି ( ଛଦ୍ମନାମ ) ଗତକାଲି ରାତିରେ କପଡା ଶୁଖେଇବାକୁ ଯାଇଥିବା ବେଳେ ମୁଣ୍ଡାରୀ ବସ୍ତିର ଦୁଇ ଜଣ ଯୁବକ (ତନ୍ମଧ୍ୟରୁ ଜଣେ ନାବାଳକ) ତାଙ୍କୁ ମୁଁହରେ କପଡା ଦେଇ ଦୁଷ୍କର୍ମ କରିଥିଲେ। ବସ୍ତିର କିଛି ଲୋକ ଏହା ଦେଖି ଦେବାରୁ ଯୁବକ ମାନେ ସେଠାରୁ ଖସି ପଳେଇଯିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ଯୁବକ ଧରା ପଡିଯାଇଥିଲା। ଏହି ଯୁବକ ମାନେ ପାଖ ମୁଣ୍ଡାରୀ ବସ୍ତିର ବୋଲି ଜଣା ପଡ଼ିଛି। ଘଟଣା ସ୍ଥଳରେ ବେହୋଶ ଅବସ୍ଥାରେ ଛବିଙ୍କୁ ଉଦ୍ଧାର କରାଯାଇଥିଲା। ମୁକେଶ ଙ୍କ ଅଭିଯୋଗ ମୁତାବକ ପୋଲିସ କ୍ରିଷ୍ଣା ତିର୍କୀ ଏବଂ ଅନ୍ୟଜଣେ ନାବାଳକ କୁ ଅଟକ ରଖି ତଦନ୍ତ କରୁଛି। ଏହା ସହ ଛବିଙ୍କୁ ରାଉରକେଲା ସରକାରୀ ଡାକ୍ତର ଖାନାରେ ଚିକିତ୍ସା କରାଯାଉଛି।

Comments are closed.