ଭୁବନେଶ୍ୱର ପୋଲିସ ର ବର୍ବର କାଣ୍ଡ : ଜମି କେସରେ ଦୁଇ ଭଉଣୀଙ୍କୁ ମାରିଲେ ମାଡ, ଭିଡିଓ ଭାଇରଲ

ଭୁବନେଶ୍ୱରେ ନୟାପଲ୍ଲୀରେ ଦୁଇ ଭଉଣୀଙ୍କୁ ପୋଲିସର ମାଡ ଅଭିଯୋଗ । ଅଭିଯୋଗ ଅନୁଶାରେ ଭୁବନେଶ୍ୱର ନୟାପଲ୍ଲୀ ଠାରେ ଜମିଜମା ଗଣ୍ଡଗୋଳକୁ ନେଇ ଦୁଇ ପରିବାର ମଧ୍ୟରେ ଅସନ୍ତୋଷ ଦେଖାଦେଉଥିଲା । ଗୋଟିଏ ପରିବାରରୁ ଅଭିଯୋଗ ଆସିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ପରିବାରର ଦୁଇ ଯୁବତୀଙ୍କୁ ଥାନାକୁ ଯିବାକୁ କହିବାରୁ ସେମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଗତ ୬ ତାରିଖରେ ପୋଲିସକୁ ଆକ୍ରମଣ କରିବା ଅଭିଯୋଗ ରେ ସମ୍ପୃକ୍ତ ଦୁଇ ଭଉଣୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରୁ ଜାମିନରେ ମୁକୁଳିବା ପରେ ଉଭୟଙ୍କ ଦେହରେ ମାଡ଼ ଦାଗ ଭିଡିଓ ଭାଇରଲ ହୋଇଥିଲା । ତାଙ୍କୁ ଥାନାରେ ମାଡ ମରାଯାଇଛି ବୋଲି ଦୁଇ ଭଉଣୀ ଅଭିଯୋଗ କରିଛନ୍ତି । ଏନେଇ ସମ୍ପୂର୍ଣ ଘଟଣାର ତଦନ୍ତ ହେବ ବୋଲି ପୋଲିସ କମିଶନର ୱାଇ.ବି ଖୁରାନିଆ କହିଛନ୍ତି ।

Comments are closed.