ମରାଠା ଆନ୍ଦୋଳନକୁ ପୂରିଲା ଦୁଇ ବର୍ଷ

ଆଜି ସକଲ ମରାଠା ସମାଜ ପକ୍ଷରୁ ମହାରାଷ୍ଟ୍ରକୁ ବନ୍ଦ ଡାକରା ଦିଆଯାଇଛି । ନଭି ମୁମ୍ବାଇକୁ ଛାଡି ପୂରା ରାଜ୍ୟରେ ଏହି ଆନ୍ଦୋଳନକୁ ସକାଳ ୮ରୁ ସଂଧ୍ୟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ କରାଯିବ ବୋଲି ସଂଙ୍ଗଠନ ପକ୍ଷରୁ ସୂଚନା ମିଳିଛି । ମରାଠା ଆନ୍ଦୋଳନକୁ ଦୁଇ ବର୍ଷ ପୁରିବାରୁ ଏହି ଡାକରା ଦିଆଯାଇଛି । ଆଜି ପର୍ଯ୍ୟନ୍ତ ଆନ୍ଦୋଳନ ସୁଦ୍ଧା ୧୮ଜଣ ଆତ୍ମହତ୍ୟା କରିଛନ୍ତି । ତେଣୁ ମରାଠା ଯୁବ ସମାଜକୁ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ପାଇଁ କହିଛି ସକଲ ମରାଠା ସମାଜ ।

Comments are closed.