ପାରିବାରିକ କଳହରୁ ଟ୍ରେନରେ କଟି ଆତ୍ମହତ୍ୟା କଲେ ଯୁବକ
ଆଜି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ବେଗୁନିଆ ଥାନା ଅନ୍ତର୍ଗତ ସାନ ପଦର ରେଳ ଧାରଣାରେ ଜଣେ ଯୁବକଙ୍କ ଟ୍ରେନରେ କଟି ମୃତ୍ୟୁ ହୋଇଛି । ମୃତକ ଜଣକ ସାନପଦ ଗ୍ରାମର ରାମ ନାୟକ ବୋଲି ଚିହ୍ନଟ କରାଯାଇଛି । ତେବେ ରାମ ନିଜର କୌଣସି ପାରିବାରିକ କଳହରୁ ବିରକ୍ତ ହୋଇ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ରାମଙ୍କର ଖଣ୍ଡବିଖଣ୍ଡିତ ଶରୀରକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରିଛି ।
Comments are closed.