ଅଯୋଧ୍ୟାରେ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ

ଅଯୋଧ୍ୟା: ପ୍ରଭୁ ରାମଙ୍କୁ ଦର୍ଶନ କରିବା ଲାଗି ହଜାର ହଜାର ‘ଶିବ ସୈନିକ’ଙ୍କୁ ନେଇ ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦିନିକିଆ ଅଯୋଧ୍ୟା ଗସ୍ତରେ ଆସିଛନ୍ତି। ଅଯୋଧ୍ୟା ଅଭିମୁଖେ ଯିବା ଆଗରୁ ଲକ୍ଷ୍ନୌରେ ସିନ୍ଦେ ସାମ୍ବାଦିକମାନଙ୍କୁ କହିଥିଲେ, ପ୍ରଭୁ ରାମଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯାଉଛି। ପ୍ରଭୁ ରାମଙ୍କ ଆଶୀର୍ବାଦ ଥିବାରୁ ଆମେ ‘ଧନୁଷ-ବାଣ’ (ଶିବ ସେନାର ନିର୍ବାଚନ ସଙ୍କେତ ‘ଧନୁ ଶର’) ପାଇଛୁ।

ରାମ କଥା ହେଲିପ୍ୟାଡ୍‌ରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ସିନ୍ଦେ ରାମ ମନ୍ଦିରରେ ‘ମହା ଆରତି’ରେ ଯୋଗ ଦେଇ ମନ୍ଦିର ନିର୍ମାଣ କାର୍ଯ୍ୟ ଦେଖିବା ସହିତ ସନ୍ଥମାନଙ୍କୁ ଭେଟିବେ। ଏହାଛଡ଼ା, ସନ୍ଧ୍ୟା ବେଳେ ସରଯୂ କୂ‌ଳରେ ହେବାକୁ ଥିବା ‘ମହା ଆରତି’ରେ ବି ସେ ଯୋଗ ଦେବେ।

ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସହିତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ ଏବଂ ଉତ୍ତର ପ୍ରଦେଶ ମନ୍ତ୍ରୀ ସ୍ବତନ୍ତ୍ର ଦେବ ସିଂହ ମଧ୍ୟ ଅଛନ୍ତି।

ତାଙ୍କ ସହିତ ଆସିଛନ୍ତି ‘ଶିବ ସୈନିକ’ କୁହାଯାଉଥିବା ହଜାର ହଜାର ସମର୍ଥକ। ତେଣୁ ଅଯୋଧ୍ୟାରେ ଥିବା ପ୍ରାୟ ସବୁ ହୋଟେଲ୍‌, ଅତିଥି ଭବନ ଓ ଧର୍ମଶାଳା ବୁକ୍‌ ହୋଇଯାଇଛି। ଏହାଛଡ଼ା, ଶିବ ସେନାର ମନ୍ତ୍ରୀ , ସାଂସଦ ଓ ବିଧାୟକମାନେ ବି ଆସିଛନ୍ତି।

ସିନ୍ଦେଙ୍କ ଅଯୋଧ୍ୟା ଗସ୍ତକୁ ଶିବ ସେନା ସମଗ୍ର ଦେଶରେ ପ୍ରଚାର କରିବା ପାଇଁ ଯୋଜନା କରୁଛି।

Comments are closed.