ପ୍ରଧାନମନ୍ତ୍ରୀ ବାନ୍ଦୀପୁର ଗସ୍ତକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ : ୫୦ ବର୍ଷ ତଳେ ବାନ୍ଦୀପୁରରେ ଶୁଭାରମ୍ଭ କରାଯାଇଥିବା ବ୍ୟାଘ୍ର ପ୍ରକଳ୍ପ ପାଇଁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଖୁବ୍‌ ବାହାଦୁରି ନେବେ। ପରିବେଶ, ଅରଣ୍ୟ, ବନ୍ୟଜନ୍ତୁ, ଏବଂ ଅରଣ୍ୟାଞ୍ଚଳରେ ବସବାସ କରୁଥିବା ଆଦିମ ଅଧିବାସୀମାନଙ୍କୁ ସୁରକ୍ଷା ଦେବାକୁ ପ୍ରସ୍ତୁତ ଆଇନ ଉଲ୍ଲଂଘନ କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ସେଠାରେ ତାମସା (ଜନ ମନୋରଞ୍ଜକ କାର୍ଯ୍ୟକ୍ରମ) କରିବେ। ଖବର ଶିରୋନାମାରେ ତାଙ୍କ ନାଁ ଛାପା ଯିବ ସତ କିନ୍ତୁ, ସେଠାକାର ବାସ୍ତବତା ସମ୍ପୂର୍ଣ୍ଣ ଓଲଟା।

ଉଲ୍ଲେଖଯୋଗ୍ୟ, ଖାକି ପ୍ୟାଣ୍ଟ୍‌, ‘କେମୋଫ୍ଲାସ୍‌ ଟି-ସାର୍ଟ’ ଏବଂ ‘ଆଡ୍‌ଭେନ୍‌ଚର୍‌ ଜିଲେଟ୍‌ ସ୍ଲିଭ୍‌ଲେସ୍‌ ଜ୍ୟାକେଟ୍‌’ ପିନ୍ଧି ଆଜି ପ୍ରଧାନମନ୍ତ୍ରୀ ମୋଦୀ ବାନ୍ଦୀପୁର ବ୍ୟାଘ୍ର ସଂରକ୍ଷଣରେ ପହଞ୍ଚିଛନ୍ତି।

ଭାରତର ଶ୍ରେଷ୍ଠ ବ୍ୟାଘ୍ର ସଂରକ୍ଷଣ ମଧ୍ୟରେ ଅନ୍ୟତମ ବାନ୍ଦୀପୁର ବ୍ୟାଘ୍ର ପ୍ରକଳ୍ପ ପରିଦର୍ଶନ କରିବାରେ ମ‌ୋଦୀ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ।

ଆଜି ‘ଅମୃତ କାଳ’ରେ ବ୍ୟାଘ୍ର ସଂରକ୍ଷଣ ନିମନ୍ତେ ସରକାରଙ୍କ ଯୋଜନା ରିଲିଜ୍‌ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ବିଗ୍‌ କ୍ୟାଟ୍‌ସ୍‌ ଆଲିଏନ୍‌ସ୍‌’ (ଆଇବିସିଏ) ଶୁଭାରମ୍ଭ ମଧ୍ୟ କରିବେ।

Comments are closed.