କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ , 3 ଗିରଫ
ଖୋର୍ଦ୍ଧା(ମନୋରଞ୍ଜନ ପ୍ରଧାନ) : ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଠାରୁ ଏସଟିଫ ଭୁବନେଶ୍ୱର ର ସ୍ପେସିଆଲ ଟିମ ରେଡ କରି କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ 3 ଜଣ ମାଫିଆ ଙ୍କୁ ଗିରଫ କରିଛି, ଗିରଫ ବ୍ୟକ୍ତି ମାନେ ହେଲେ ବେଗୁନିଆ ଥାନା ଅନ୍ତର୍ଗତ ଗୋଡ଼ା ଗ୍ରାମର ରଞ୍ଜନ କୁମାର ପାଟଶାଣି ଓରଫ ନାଲୁ, ରାଉତପଡା ଗ୍ରାମର ଲଷ୍ମୀଧର ସ୍ୱାଇଁ ଓରଫ କାଳୁ ଓ କଟକ ଜିଲ୍ଲା ବାଙ୍କୀ ଥାନା ହରିରାଜପୁର ଗ୍ରାମର ଅମରେନ୍ଦ୍ର ମହାପାତ୍ର ଓରଫ ଦିପୁ, ଏହି ରେଡ ସମୟରେ 1କେଜି 42ଗ୍ରାମ ବ୍ରାଉନ ସୁଗାର ସହ ବହୁ ବେଆଇନ ସାମଗ୍ରୀ ଜବତ କରାଯାଇଛି, ସେମାନଙ୍କ ବିରୋଧରେ stf ତରଫରୁ STF ପି ଏସ କେଶ ନମ୍ବର 11/2022 ରୁଜୁ କରି ଏଣ୍ଡିପିସ ଧାରା 21(c)/29 ଅନୁଯାଇ କୋର୍ଟ ଚାଲାଣ କରାଯାଇଛି | ବେଆଇନ ନିଶା କାରବାରକୁ ରୋକିବାକୁ ଏସଟିଫ ର ଏହି ଆଣ୍ଟି ନରକୋ୍ଟିକ ଡ୍ରଗ୍ସ ଅଭିଯାନ ରେ 2020 ରୁ ଏଯାବତ 51କେଜି ବ୍ରାଉନ ସୁଗାର,202ଗ୍ରାମ କୋକେନ,93 କୁଇଣ୍ଟାଲ ଗଂଜେଇ ସହ 750 ଗ୍ରାମର ଅଫିମ ଜବତ ସହ 144 ଜଣକୁ ଗିରଫ କରାଯାଇଛି |
Comments are closed.