ପବିତ୍ର ଘୋଷ ଯାତ୍ରା ପାଇଁ ମହିତମା ସେକ୍ସନରୁ ଗଲା କାଠ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା ମହିତମା ସେକ୍ସନ ଖାଲ ମଡା ଅଞ୍ଚଳରୁ ପବିତ୍ର ଘୋଷ ଯାତ୍ରା ପାଇଁ କାଠ ପଠା ଯାଇଛି।ଏକ ଟ୍ରକ୍ ରେ ୧୫ ଖଣ୍ଡ ଧଉରା ଓ ଅସନ କାଠ,୧୨ ଖଣ୍ଡ ମଇ କାଠ,୨୦ ଖଣ୍ଡ ବଲ୍ଲା ପୁରୀ ରଥ ଖଳା ଅଭିମୁଖେ ପଠା ଯାଇଛି।ପୁରୀ ଖଳା କୁ କାଠ ପଠାଇବା କାର୍ଯ୍ୟ ଦୀର୍ଘ ୪ ମାସ ଧରି ଫରେଷ୍ଟର ରାକେଶ କୁମାର ସାହୁ ଓ ବନରକ୍ଷୀ ଅର୍ଧେନ୍ଦୁ ପରିଡ଼ା କରି ଆସୁଥିଲେ। କାଠ ଯିବା ସମୟରେ ପୂଜାର୍ଚ୍ଚନା କରାଯାଇ କାଠ ପଠା ଯାଇଥିଲା।ଘୋଷ ଯାତ୍ରା ପାଇଁ ଖାଲ ମଡା ଅଞ୍ଚଳରୁ କାଠ ଯାଇଥିବାରୁ ଅଞ୍ଚଳ ବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Comments are closed.