ବିଦ୍ୟାଳୟ ପରିଦର୍ଶନ କରିବା ସହ ସମସ୍ୟା ବୁଝିଲେ ସରପଞ୍ଚ ଗାୟତ୍ରୀ ବେହେରା

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୀଙ୍ଗାର ପଲ୍ଲୀ ସରପଞ୍ଚ ଗାୟତ୍ରୀ ବେହେରାଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ପାଇଁ ସେ ନୂଆଗାଁ ବ୍ଲକ୍ ରେ ଚର୍ଚ୍ଚିତ । ସରପଞ୍ଚ ଗାୟତ୍ରୀ ବେହେରା ସୀଙ୍ଗାର ପଲ୍ଲୀ ପଞ୍ଚାୟତରେ ଥିବା ଆମ୍ବ ପଡ଼ା, ବନ୍ତଳା, ଓଡ଼ କପା, ସେନ୍ତେରୀ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ପ୍ରଧାନ ଶିକ୍ଷକଙ୍କ ଠାରୁ ପଚାରି ବୁଝିଥିଲେ।ତତ୍ ସହିତ ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଚେଷ୍ଟା ଜାରି ରଖିବା ପାଇଁ ଶିକ୍ଷକ ,ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଆଗାମୀ ଦିନରେ ବିଦ୍ୟାଳୟ ଗୁଡ଼ିକର ସମସ୍ୟା ସମାଧାନ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ।

Comments are closed.