ସିଙ୍ଗାର ପଲ୍ଲୀ ପଞ୍ଚାୟତରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ପଞ୍ଚାୟତ ରେ ସରପଞ୍ଚ ଗାୟତ୍ରୀ ବେହେରାଙ୍କ ପ୍ରଚେଷ୍ଟା ଏବଂ ଭୂମିକା ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ସରପଞ୍ଚ ଗାୟତ୍ରୀ ବେହେରା ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ।ଏହି ଶିବିରରେ ୫୦ ରୁ ଉର୍ଦ୍ଧ୍ବ ଲୋକ ଚକ୍ଷୁ ପରୀକ୍ଷା କରାଇଥିଲେ ।ଏମାନଙ୍କ ମଧ୍ୟରୁ ୮ ଜଣ ଚକ୍ଷୁ ଅସ୍ତ୍ରୋପଚାର କରିବା ପାଇଁ ଯିବାକୁ ଥିବା ବେଳେ ଅନ୍ୟ ସମସ୍ତ ଲୋକମାନଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଥିଲା।ଏହି ଶିବିରରେ ଭୂମିକା ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଏବଂ କର୍ମଚାରୀ ଉପସ୍ଥିତ ରହି ଲୋକମାନଙ୍କ ଚକ୍ଷୁ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ।ସରପଞ୍ଚ ଗାୟତ୍ରୀ ବେହେରାଙ୍କ ଏଭଳି ଜନ କଲ୍ୟାଣକାରୀ କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସା କରାଯାଇଛି।

Comments are closed.