ରେଳବାଇ ଇନଷ୍ଟିଚ୍ୟୁଟ ନୂତନ କ୍ରୀଡା ଗୃହ ଉଦଘାଟିତ
ଜଟଣୀ(ସଞ୍ଜୀବ କୁମାର) : ସ୍ଥାନୀୟ ଖୋର୍ଦ୍ଧାରୋଡ଼ ମଣ୍ଡଳ ଅନ୍ତର୍ଗତ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ରେଳ ଇନଷ୍ଟିଚ୍ୟୁଟରେ ଟେବୁଲ୍ ଟେନିସ, କ୍ୟାରମ୍, ଚେସ, ପାଠାଗାର ଭଳି ଇଣ୍ଡୋର୍ ଗେମ୍ ଉଦଘାଟିତ ହୋଇଯାଇଛି। ଶ୍ରମିକ ଦିବସ ଉପଲକ୍ଷ ଆଜି ସନ୍ଧ୍ୟାରେ ଗୋପାଳ ଦାସ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମଣ୍ଡଳ ପ୍ରବନ୍ଧକ ତଥା ଇନଷ୍ଟିଚ୍ୟୁଟର ସଭାପତି ଶ୍ରୀ ରୀଙ୍କେଶ୍ ରାୟ ରିବନ୍ କାଟି କ୍ରୀଡାଗୃହ ମାନ ଉଦଘାଟନ କରିଥିଲେ। ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ ଅଶୋକ କୁମାର, ବରିଷ୍ଟ କାର୍ମିକ ଅଧିକାରୀ ତଥା ଇନଷ୍ଟିଚ୍ୟୁଟର କାର୍ଯ୍ୟକାରୀ ସଭାପତି ରଞ୍ଜନ ମହାନ୍ତି, ଉପ ସଭାପତି ପି ରାଜା ରାଓ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଇନଷ୍ଟିଚ୍ୟୁଟ ସଂପାଦକ ତଥା ଶ୍ରମିକ କଂଗ୍ରେସ କୋଷାଧ୍ୟକ୍ଷ ଶ୍ରୀ କୀର୍ତ୍ତି ପଟ୍ଟନାୟକ ସଂପାଦକୀୟ ପାଠ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ରାୟ କହିଲେ ଯେ ଖୋର୍ଦ୍ଧାରୋଡ଼ ରେଳବାଇ ଅଧୀନ ସମସ୍ତ କର୍ମଚାରୀ ଓ ଅଧିକାରୀ ମାନେ ସମାନ ସୁବିଧା ସୁଯୋଗ ପାଇବା ପାଇଁ ହକଦାର। ବିଶୁଦ୍ଧ ଜଳ ନିମନ୍ତେ ନରାଜ ପାଣି ଯୋଗାଣ କାର୍ଯ୍ୟ ଆରମ୍ଭ କରାଯାଇଛି, ସମସ୍ତ କଲୋନୀ ବାସୀଙ୍କ ସୁରକ୍ଷା ନିମନ୍ତେ ସୁଦୀର୍ଘ ପାଚେରୀ ନିର୍ମାଣ, ଉନ୍ନତ ରାସ୍ତା, ଜବରଦଖଲ ଉଚ୍ଛେଦ ଭଳି ଜରୁରୀ କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯିବ। ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ କଂଗ୍ରେସର ମଣ୍ଡଳ ସଂଯୋଜକ ଶ୍ରୀ ପ୍ରମୋଦ କୁମାର ସାହାଣୀ, ସହ ସଂଯୋଜକ ଶ୍ରୀ ସୁନିଲ କୁମାର ଭଞ୍ଜ, ଶାଖା ସଂପାଦକ ଶ୍ରୀ ଏଲ ଡି ମହାନ୍ତି, ସାମୁଏଲ୍ ପ୍ରଧାନ, ଅକ୍ଷୟ ପ୍ରଧାନ, ମନରଞ୍ଜନ ମହାପାତ୍ର ପ୍ରମୁଖ ସହଯୋଗ ରେ କାର୍ଯ୍ୟ ପରିଚାଳନା କରାଯାଇଥିଲା।
Comments are closed.