ଚୋରି ସାମଗ୍ରୀ ଉଦ୍ଧାର କରି ୪ ଚୋରକୁ ଗିରଫ କରିଛି ପୁଲିସ

ଟାଙ୍ଗି(ରାକେଶ କୁମାର ଜଗଦେବ) : ପୃଥକ ପୃଥକ ଦୁଇଟି ଚୋରି ଘଟଣାରେ ନିରାକାରପୁର ପୋଲିସ କୁ ମିଳିଛି ସଫଳତା | ନିରାକାରପୁର ପୋଲିସ ତଦନ୍ତ କରି ଚୋରି ସାମଗ୍ରୀ ଉଦ୍ଧାର କରି ୪ ଚୋରକୁ ଗିରଫ କରି କୋର୍ଟ ଚାଲାଣ
କରିଛି | ଘଟଣାରୁ ଜଣାପଡିଛି ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ଓ ମଜାଂରିଆ ଗ୍ରାମରୁ ଚୋରି ହୋଇଥିବା ଦୁଇଟି ଜେନେରେଟର ଉଦ୍ଧାର କରିଛି | ଚୋରମାନେ ଜେନେରେଟର ଦୁଇଟିକୁ ବିକ୍ରୀ କରିଥିଲେ | ଜେନେରେଟର ଚୋରି ଘଟଣାରେ ପୋଲିସ ନିରାକାରପୁର ର ହେମନ୍ତ ପ୍ରଧାନ,ମୁଗୁପଦର ଗ୍ରାମର ରାଜକିଶୋର ବରାଳ ଓ ମୂଳିଝରଗଡ ଗ୍ରାମର ପ୍ରଶାନ୍ତ ଜେନାକୁ ଗିରଫ କରିଛି | ଅନ୍ୟପକ୍ଷରେ ନିରାକାରପୁର କଲେଜ ଛକ ନିକଟରୁ ଚୋରି ହୋଇଥିବା ଏକ ମୋଟର ସାଇକେଲ କୁ ଗଡିଶାଗୋଦା କଉଡିଖଣି ଗ୍ରାମରୁ ଉଦ୍ଧାର କରି ଚୋର ସୁକାନ୍ତ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ |

Comments are closed.