ଆଦର୍ଶ ଟ୍ରଷ୍ଟ ଓ ପ୍ରେରଣା ପକ୍ଷରୁ ଶିଳ୍ପାଚଂଳରେ ବୃକ୍ଷ ରୋପଣ
ଜଟଣୀ(ସଞ୍ଜୀବ କୁମାର) : ପରିବେଶ ସନ୍ତୁଳନ ଓ ଅମ୍ଳଜାନ ସୃଷ୍ଟି ଲକ୍ଷ୍ୟରେ ଆଦର୍ଶ ଟ୍ରଷ୍ଟ ଓ ପ୍ରେରଣା ଇଟଂରନ୍ୟାସନାଲ ପକ୍ଷରୁ ଖୋର୍ଦ୍ଧା ଶିଳ୍ପାଚଂଳରେ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀଭାବେ ଖୋର୍ଦ୍ଧାର ପୁର୍ବତନ ବିଧାୟକ ଦିଲିପ ଶ୍ରୀଚନ୍ଦନ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥୀଭାବେ ନରେନ୍ଦ୍ର ପୃଷ୍ଟି, ପ୍ରତାପ ସାହୁ, ପ୍ରସନ୍ନ ମୁଦୁଲି, ଦେବାଶୀଷ ମହାପାତ୍ର, ପ୍ରଦୀପ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଅନ୍ୟପଟେ ଶିଳ୍ପାଚଂଳରୁ ନିର୍ଗତ ବାଷ୍ପରୁ ପ୍ରଦ୍ୟୁଷଣ ବ୍ୟାପିବରେ ଲାଗିଛି । ତେଣୁ ଏସବୁରୁ ପରିବେଶକୁ ନିବୃତ ରଖିବାଲାଗି ଏହି ପ୍ରୟାସ ଆରମ୍ଭ କରାଯାଇଥିବା ଟ୍ରଷ୍ଟର ମୂଳଲକ୍ଷ୍ୟ ବୋଲି କହିଛନ୍ତି । ଗୋଟିଏ ମଣିଷ ଗୋଟିଏ ଗଛ ନିତୀରେ ଆଦର୍ଶ ଟ୍ରଷ୍ଟ ପ୍ରତ୍ୟେକ ଖୋଲା ଓ ପଡିଆଜମିରେ ବୃକ୍ଷ ରୋପଣ କାର୍ଯ୍ୟାରମ୍ଭ କରିଛି । ଆଦର୍ଶ ଟ୍ରଷ୍ଟର ସଭାପତି ପ୍ରତାପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟ ସହଯୋଗ କରିଥିଲେ ।
Comments are closed.