ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିଲା ଆଇଏନଏସ ଚିଲିକା ର ‘ବ୍ୟାଣ୍ଡ ଶୋ’

ଓଡିଶା ରାଜ୍ୟର ସମୃଦ୍ଧ ସାମୁଦ୍ରିକ ଇତିହାସକୁ ସ୍ମରଣ କରିବା ପାଇଁ, ସିଏମଡି ଅଧୀନରେ ନାଭାଲ ଅଫିସର ଇନଚାର୍ଜ (ଓଡିଶା) କମୋଡର ଏନପି ପ୍ରଦୀପଙ୍କ ତତ୍ୱାବଧାନରେ ଆଇଏନଏସ ଚିଲିକା ବାଲିଯାତ୍ରା-୨୦୨୨ର ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିଛି ​​ଯାହାକି ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଏସିଆର ସବୁଠାରୁ ପ୍ରସିଦ୍ଧ, ଲୋକପ୍ରିୟ ତଥା ସର୍ବ ବୃହତ ମୁକ୍ତ ବାୟୁ ବାଣିଜ୍ୟ ମେଳା l ଉକ୍ତ ବାଲିଯାତ୍ରା ଚଳିତ ମାସ ୮ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କଟକ ମହାନଦୀ କୂଳରେ ଅନୁଷ୍ଠିତ ହେଉଛି । ବାଲିଯାତ୍ରାରେ ନାଭାଲ୍ ବ୍ୟାଣ୍ଡର ପ୍ରଦର୍ଶନ,ଡି.କେ ହ୍ୱେଲର୍ ବିଭିନ୍ନ ପ୍ରକାରର ନାବିକ ଡଙ୍ଗା ଚାଳନା, ସେନାର କଳାକୃତି ଏବଂ ସ୍ଥିର ବୋଟ ମଡେଲଗୁଡିକର ପ୍ରଦର୍ଶନ ଏବଂ ନାବିକ ପ୍ରଦର୍ଶନ ମେଗା ଇଭେଣ୍ଟରେ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା। ସମସ୍ତ ସାମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆଇଏନଏସ ଚିଲିକା କଟକ ଜିଲ୍ଲା ପ୍ରଶାସନକୁ ଡାଇଭିଂ ଏବଂ ଲାଇଫ୍ ସପୋର୍ଟ ଯୋଗାଇ ଦେଇଅଛି |

Comments are closed.