ମଙ୍ଗଳା ଯୋଡି ବେହେରା ସାହିରେ କୁକୁର ଆତଙ୍କ

ଟାଙ୍ଗୀ(ରାକେଶ କୁମାର ଜଗଦେବ) : ଗାଁ ଦାଣ୍ଡରେ ଖେଳୁଥିଲେ ଛୋଟ ଛୋଟ ଶିଶୁ | ଦଶରା ଯୋଗୁଁ ଛୋଟ ପିଲା ମାନେ ସାହିର ପିଲା ମାନଙ୍କ ସହ ମଜିଥିଲେ ଖେଳ କୁଦରେ | ପିଲା ମାନଙ୍କର ହସ ଖୁସିରେ ଫାଟି ପଡୁଥିଲା ଗାଁ ଦାଣ୍ଡ ହେଲେ ନିମିଷକେ ସବୁ ହସ ଖୁସି କୁଆଡେ ସବୁ ଉଭେଇଗଲା | ପିଲାଙ୍କର ହସ ଖୁସି ସବୁ ବଦଳିଗଲା କାନ୍ଦ ବୋବାଳିରେ | ଘର ଲୋକେ ଦୌଡି ଆସି ଦେଖିବା ବେଳକୁ କୁକୁର ଆକ୍ରମଣର ଶୀକାର ହୋଇ ସାରିଥିଲେ ୩ ଶିଶୁ | ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ଭର୍ତ୍ତି କରିଥିଲେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ | ପରେ ଶିଶୁ ମାନଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଛି | ଶିଶୁ ମାନଙ୍କୁ କୁକୁର କାମୁଡି କାମୁଡି ଖଣ୍ଡିଆ କ୍ଷତାକ୍ତ କରି ଦେଇଥିବା ବେଳେ ଗୋଟିଏ ଶିଶୁର ଆଙ୍ଗୁଠି ଛିଣ୍ଡି ଯାଇଛି | ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ମଙ୍ଗଳା ଯୋଡି ବେହେରା ସାହିରେ | ଗାଁରେ ଚାଲିଥିଲା ଦଶହରା ପୁନେଇଁ ପାଇଁ ପୂଜାର୍ଚନା | ପିଲାଏ ଖେଳୁଥିଲେ ଗାଁ ଦାଣ୍ଡରେ ହଠାତ୍ ଏକ ପାଗଳ କୁକୁର କରିଥିଲା ଆକ୍ରମଣ | ଫଳରେ ଗୁରୁତର ହୋଇଥିଲେ ୩ ଶିଶୁ | ଗୁରୁତର ମାନେ ହେଲେ ଲିପୁନ ବେହେରା ୭ ବର୍ଷ , ଛନ୍ଦିତା ବେହେରା ୪ ବର୍ଷ , ଅମର ବେହେରା ୪ ବର୍ଷ |
ଲିପୁନ ବେହେରାର ହାତର ଆଙ୍ଗୁଠି ଛିଣ୍ଡି ଯାଇଥିବା ଜଣା ପଡିଛି | ଗାଁରେ ଲୋକେ ଭୟଭୀତ ହୋଇ ପଡିଛନ୍ତି | ତେଣୁ ପାଗଳା କୁକୁରକୁ କାବୁ କରିବାକୁ ଲୋକେ ଦାବି କରିଛନ୍ତି |

Comments are closed.