ସ୍ଵର୍ଗତଃ ଲକ୍ଷ୍ମୀ ଦତ୍ତ ପ୍ରଧାନଙ୍କ ପଞ୍ଚମ ଶ୍ରାଦ୍ଧ ଦିବସ ପାଳିତ
ଛତ୍ରପୁର(ଭଗବାନ ରାଉଳ) : ବିଜେଡିର ବହୁ ଚର୍ଚ୍ଚିତ ନେତା ତଥା ପୂର୍ବତନ କାଉନସିଲର ସ୍ୱର୍ଗତ ଲକ୍ଷ୍ମୀ ଦତ୍ତ ପ୍ରଧାନଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଶୁକ୍ରବାର ପାଳିତ ହୋଇଯାଇଛି । ଛତ୍ରପୁର ମହାବିଦ୍ୟାଳୟର ପୂର୍ବତନ ସଭାପତି ଅଜିତ ସ୍ୱାଇଁ ଓ ଛାତ୍ର ସଂସଦ ପୂର୍ବତନ ସାଧାରଣ ସଂପାଦକ ବେଣୁଧର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱର୍ଗତ ପ୍ରଧାନଙ୍କ ନିଜସ୍ଵ ବାସଭବନରେ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ କରାଯାଇଥିଲା। ଏହି ଅବସରରେ ପରେ ୧୦ଟା ସମୟରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ ସହ ପ୍ରସୂତି ମହିଳାମାନଙ୍କୁ ବେବି କିଟ୍ ପ୍ରଦାନ କରାଯାଇଥିଲ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସାଧାରଣ ସଂପାଦକ ବବୁଲ ନାୟକ, ଯୁବ ବିଜେଡି ଜିଲ୍ଲା ଉପ ସଭାପତି ଲଲାଟେନ୍ଦୁ ଗୈାଡ, ଜୀବନ ନାୟକ, ଦେବରାଜ ପ୍ରଧାନ, ଅନ୍ତର୍ଯ୍ୟାମୀ ପ୍ରଧାନ, ଘନଶ୍ୟାମ ବେହେରା, ଶିବ ପାତ୍ର , ଭାସ୍କର ପାତ୍ର, ସନ୍ତୋଷ ଆଚାରୀ, ତପନ ବେହେରା, ଦିନେଶ ମହାନ୍ତି, ଜିତୁରାଜ ବେହେରାଙ୍କ ସମେତ ବହୁ ଛାମୁଆଁ ଛାତ୍ର ଯୁବ ନେତା ଉପସ୍ଥିତ ଥିଲେ ।
Comments are closed.