ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

ଟାଙ୍ଗୀ(ରାକେଶ କୁମାର ଜଗଦେବ) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ , ମରଣାନ୍ତକ ଆକ୍ରମଣରେ ବୃଦ୍ଧ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି | କ୍ରମେ ବୃଦ୍ଧଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଟାଙ୍ଗୀରୁ ଭୁବନେଶ୍ୱର ଏମସ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି | ଘଟଣା ହେଉଛି ନୟାଗଡ ଜିଲା ଚାନ୍ଦପୁର ଥାନା ରାଜ ଜଙ୍କିଆ ଗ୍ରାମର | ରାଜ ଜଙ୍କିଆ ଗ୍ରାମର ପବିତ୍ର ମୋହନ ରଣ ବିଜୁଳି ୬୦ ବର୍ଷ ଏକ ବାଇକ୍ ରେ ଜଣେ ବନ୍ଧୁଙ୍କ ଘରକୁ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ | ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୫ ରୁ ୬ ଜଣ ଯୁବକ ଲୁହା ରଡ ସହ ଜଗ୍ ରଡ୍ ରେ ଅତର୍କିତ ଆକ୍ରମଣ କରିଥିଲେ ପବିତ୍ର ମୋହନ ରଣ ବିଜୁଳିଙ୍କୁ | ପବିତ୍ର ମୋହନଙ୍କ ଚିତ୍କାର ଶୁଣି କେତେକ ଲୋକ ଘଟଣା ସ୍ଥଳରେ ପହଂଚି ଯିବାରୁ ଦୂର୍ବୁର୍ତ୍ତ ମାନେ ପବିତ୍ର ମୋହନଙ୍କୁ ଛାଡି ଚାଲି ଯାଇଥିଲେ | ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଟାଙ୍ଗୀ ମେଡିକାଲରେ ପବିତ୍ର ମୋହନଙ୍କର ଚିକିତ୍ସ| କରାଯାଈଥିଲା | ତାଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇଥିବାରୁ
କ୍ରମେ ଏଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହୋଇଥିଲା ପରେ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି | ଏହି ଘଟଣାକୁ ନେଇ ରାଜ ଜଙ୍କିଆ ଗ୍ରାମରେ ଉତ୍ତେଜନା ଲାଗି ରହିଛି | ଚାନ୍ଦପୁର ପୋଲିସ୍ ଘଟଣା ଉପରେ ତୀକ୍ଷ୍ନ ନଜର ରଖି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି |

Comments are closed.