ସାମାନ୍ୟ ବଚସାରୁ ସାଙ୍ଗକୁ ପଥରରେ ଆକ୍ରମଣ କଲା ସାଙ୍ଗ

ଟାଙ୍ଗୀ(ରାକେଶ କୁମାର ଜଗଦେବ) : ସାମାନ୍ୟ ବଚସାରୁ ସାଙ୍ଗକୁ ପଥରରେ ଉତ୍ୟକ୍ତ ସାଙ୍ଗ କଲା ଆକ୍ରମଣ | ବଂଚାଇବାକୁ ଯାଇ ୨ ଗୁରୁତର ସହ ଜଣେ ସାମାନ୍ୟ ଆହତ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି | ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୁଷଣ୍ଡ ପୁର ଫାଣ୍ଡି ଅଧିନସ୍ଥ ଜଗନ୍ନାଥ ପୁର ଗ୍ରାମରେ | ଗୁରୁତର ଦ୍ୱୟ ହେଲେ ଜଗନ୍ନାଥ ପୁର ଗ୍ରାମର ସଂଗ୍ରାମ ବେହେରା ୧୯ ବର୍ଷ ଓ ତାଙ୍କ ବଡ ବାପା ଜୟ ବେହେରା ୬୫ ବର୍ଷ | ଏହି ଘଟଣାରେ ମଧ୍ୟ୍ୟ ସଂଗ୍ରାମ ବେହେରାଙ୍କ ପିତା ସୁବାସ ବେହେରା ଆହତ ହୋଇଥିବା ଜଣା ପଡିଛି | ଏ ନେଇ ଭୁଷଣ୍ଡ ପୁର ଫାଣ୍ଡିରେ ଅଭିଯୋଗ ହୋଇଛି | ଗତ ୩ ମାସ ତଳେ ଭୁଷଣ୍ଡ ପୁର ଜଗନ୍ନାଥ ପୁର ଗ୍ରାମର ସଂଗ୍ରାମ ବେହେରା ଓ ତାଙ୍କର ଜଣେ ସାଙ୍ଗ ସହ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା | ତେବେ ଏହି ଗଣ୍ଡଗୋଳର ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଘଟଣାର ଆପୋଷ ସମାଧାନ କରାଯାଇଥିଲା | ସେହି ଦିନ ଠାରୁ ସଂଗ୍ରାମ ଓ ତାଙ୍କର ସାଙ୍ଗଙ୍କ ମଧ୍ୟ୍ୟରେ କଥାବାର୍ତ୍ତା ବନ୍ଦ ରହିଥିଲା | ଗତ କାଲି ସଂଗ୍ରାମ ଏକ ଦୋକାନ ନିକଟରେ ବସିଥିବା ବେଳେ ତାର ସାଙ୍ଗ ଅମ୍ବୁରା ବେହେରା ଓ ଅମ୍ବୁରାର ବଡ ଭାଇ ସାଗର ବେହେରା ସଂଗ୍ରାମ ନିକଟରେ ପହଂଚି ଆମକୁ କଣ ପାଇଁ କଥା ବାର୍ତ୍ତା କରୁନାହଁ ବୋଲି ସଂଗ୍ରାମକୁ ପଚାରିଥିଲେ | କ୍ରମେ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟ୍ୟରେ ବଚସା ହୋଇଥିଲା | ଏଥିରେ ଅମ୍ବୁରା ଓ ସାଗର ଦୁଇ ଭାଇ ଉତ୍ୟକ୍ତ ହୋଇ ସଂଗ୍ରାମକୁ ପଥରରେ ଆକ୍ରମଣ କରିଥିଲେ | ସଂଗ୍ରାମକୁ ଏଥିରୁ ବଂଚାଇବାକୁ ଯାଇ ସଂଗ୍ରାମର ବଡ ବାପା ଜୟ ବେହେରା ଗୁରୁତର ଆହତ ହୋଇଛନ୍ତି | ଜୟ ବେହେରାଙ୍କ ଛାତି ଓ ବେକରେ ଗଭୀର କ୍ଷତ ହୋଇଥିବା ବେଳେ ସଂଗ୍ରାମଙ୍କର ମଧ୍ୟ ମୁହଁ କ୍ଷତିଗ୍ରସ୍ତ ହୋଇଛି | ଏ ନେଇ ଭୁଷଣ୍ଡ ପୁର ଫାଣ୍ଡିରେ ଅଭିଯୋଗ କରାଯାଇଥିବା ଜଣା ପଡିଛି |

Comments are closed.