ସୋନିଆଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ବିରୋଧୀଙ୍କୁ ଏକତ୍ର କରିପାରିବେନି ନୀତିଶ କୁମାର କାରଣ ମେଣ୍ଟ ଭାଙ୍ଗିବା ପରେ ବିରୋଧୀ ଦଳ ନେତାଙ୍କ ଯାଇ ନୀତିଶ ଭେଟିଛନ୍ତି । କେନ୍ଦ୍ରରୁ ବିଜେପି ଶକ୍ତିକୁ ହାଟାଇବା ପାଇଁ ନୀତିଶ କୁମାର ଦିଲ୍ଲୀ ଚଲ୍ଲୋ ଅଭିଯାନରେ ଅଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି ପାଇଁ ପାଗ ଭିଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଦିଲ୍ଲୀରେ ନୀତୀଶ କୁମାର ବିଜେପି ବିରୋଧୀ ଶକ୍ତିକୁ ଏକତ୍ରିତ କରି ଶକ୍ତିଶାଳି କରିବାକୁ ପ୍ରୟାସ କରୁଛନ୍ତି। ଦିଲ୍ଲୀ ଗସ୍ତରେ ଥିବା ନୀତୀଶ କୁମାର ଏହାରି ଭିତରେ ଅନେକ ବିରୋଧୀ ନେତାଙ୍କୁ ଭେଟିସାରିଲେଣି। ତେବେ ଇଟାଲିରୁ ଭାରତ ଫେରିବା ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଭେଟିବେ ନୀତୀଶ। ଗତ ଅଗଷ୍ଟ ୨୭ତାରିଖରେ ସୋନିଆଙ୍କ ମାଙ୍କର ଦେହାନ୍ତ ହୋଇଥିଲା। ଏବେ ସୋନିଆ ଗାନ୍ଧି ଇଟାଲିରେ ଅଛନ୍ତି।

ନୀତୀଶ କୁମାର କହିଛନ୍ତି ଯେ, ସୋନିଆ ଗାନ୍ଧି ଦେଶକୁ ପ୍ରତ୍ୟାବର୍ତ୍ତନ ପରେ ତାଙ୍କ ସହ ସାକ୍ଷାତକାର ହେବ। ଏଥିପାଇଁ ମୁଁ ପୁଣି ଥରେ ଦିଲ୍ଲୀ ଆସିବି ବୋଲି କହିଛନ୍ତି। ଦିଲ୍ଲୀ ଗସ୍ତ ସମୟରେ ମୁଁ ଅନେକ ବିରୋଧୀ ଦଳର ନେତାଙ୍କ ସହ ଆଲୋଚନା କରିଛି ବୋଲି ନୀତିଶ କୁମାର କହିଛନ୍ତି। ସୋମବାର ଦିଲ୍ଲୀ ଗସ୍ତରେ ଥିବା ନୀତୀଶ କୁମାର ଗତକାଲି ବିହାର ଫେରିଛନ୍ତି।

Comments are closed.