ସାମ୍ବାଦିକଙ୍କୁ ଆକ୍ରମଣ , ୫ ହଜାର ଟଙ୍କା ସହ ବ୍ଲୁ ଟୁଥ୍ ହେଡ୍ ଫୋନ୍ ଛଡାଇ ଗାଡି ଚାଳକ ନେଇଥିବା ଅଭିଯୋଗ

ଟାଙ୍ଗୀ(ରାକେଶ କୁମାର ଜଗଦେବ) : ଅମାନିଆ କାର୍ ଚାଳକ କାର୍ ଚାଳନା କରୁଥିଲେ ରଙ୍ଗ ସାଇଡ୍ ରେ ହେଲେ ଫଳ ହୋଇଥିଲା ଓଲଟା | ରାସ୍ତା ତଳକୁ ଖସିଲା କାର୍ , ରାସ୍ତା ତଳକୁ ଖସି ଧାନ ବିଲ ଗହୀରରେ ଓଲଟି ପଡିଲା କାର୍ | ଲହୁ ଲୁହାଣ ହେଲେ କାର୍ ଚାଳକ |ଉପସ୍ଥିତ ଲୋକଙ୍କ ସହାୟତାରେ ଉଦ୍ଧାର ହେଲେ ଅମାନିାଅା କାର୍ ଚାଳକ ହେଲେ ଏହି ରାସ୍ତାରେ ଯାଉଥିଲେ ଜଣେ ଗଣ ମାଧ୍ୟମ ପ୍ରତିନିଧୀ | ଏଭଳି କାର୍ ଚାଳନା ଦେଖି ଘଟଣାର ଚିତ୍ର ନିଜ ମୋବାଇଲ ଫୋନରେ ଉତ୍ତୋଳନ କରିବାରେ ଲାଗି ପଡିଲେ | ହେଲେ ଏହାକୁ ହଜମ କରି ପାରିନଥିଲେ କାର୍ ଚାଳକ | ନିଜର ଭୁଲ୍ ସୁଧାରିବା ପରିବର୍ତ୍ତେ ସାମ୍ବାଦିକଙ୍କ ଉପରେ ପଡିଥିଲେ ଭାରି |ସାମ୍ବାଦିକଙ୍କ ଚଉଦ ପୁରୁଷ ଉଦ୍ଧାର କରିବା ସହ ଦେଇଥିଲେ ଦେ ଦନା ଦନ | ଏହା ପରେ ଘଟଣା ସଂପର୍କରେ ଥାନାରେ ସାମ୍ବାଦିକ କରିଛନ୍ତି ଗୁହାରୀ | ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅଂଚଳରେ | ଶୁକ୍ରବାର ଅପରାହ୍ନରେ ଟାଙ୍ଗୀ ଥାନା ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣ୍ଡି ଛକ ନିକଟରେ ଥିବା ଏକ ମାଛ ଗୋଦାମରୁ ମାଛ କିଣିବା ପାଇଁ ରଙ୍ଗ ସାଇଡ୍ ରେ କାର୍ ଚାଳନା କରି ଆସୁଥିଲେ ଟାଙ୍ଗୀ ଥାନା ବଡ ପୋଖରିଆ ପାଟଣା ଗ୍ରାମର ୨୫ ବର୍ଷୀୟ ବ୍ରଜ କିଶୋର ପେଣ୍ଠେଇ | ଟିକେ ଅଗଲ ବଗଲ ଥିବାରୁ ରାସ୍ତା ତଳକୁ ଖସି ପଡିଥିଲା ତାଙ୍କର କାର୍ OR02 AD 1768 | ଫଳରେ ଗୁରୁତର ଅଵସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ ସେଠାରେ ଉପସ୍ଥିତ ଥିବା ତାଙ୍କ ଗ୍ରାମର ଯୁବକ ମାନେ | ଏହି ସମୟରେ ବାଇକରେ ଚଣ୍ଡେଶ୍ୱର ଯାଉଥିବା ସାମ୍ବାଦିକ ରାକେଶ ଚନ୍ଦ୍ର ମହାନ୍ତି ଘଟଣାର ଚିତ୍ର ଉତ୍ତୋଳନ କରୁଥିଲେ | ତେଣୁ କାଳେ କିଛି ଅଡୁଆରେ ପଡିବେ ମନେ କରି ଅମାନିଆ କାର୍ ଚାଳକ ବ୍ରଜ କିଶୋର ରାକେଶ ମହାନ୍ତିଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ | ତାଙ୍କ ପକେଟ୍ ରୁ ୫ ହଜାର ଟଙ୍କା ସହ ବ୍ଲୁ ଟୁଥ୍ ହେଡ୍ ଫୋନ୍ ଛଡାଇ ନେଇଛନ୍ତି | ରାକେଶଙ୍କୁ ମଧ୍ୟ୍ୟ ଜୀବନରେ ମାରି ଦେବାକୁ ଦେଇଛନ୍ତି ଧମକ | ଏହି ଘଟଣା ସଂପର୍କରେ ରାକେଶ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳଙ୍କୁ ଜଣାଇଥିଲେ |ଏ ନେଇ ସଂଘର ନିଷ୍ପତି କ୍ରମେ ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି ସାମ୍ବାଦିକ ରାକେଶ ମହାନ୍ତି | ଟାଙ୍ଗୀ ଥାନା ଇନସପେକ୍ଟର ଦିଗ ବିଜୟ ବିଶ୍ୱାଳ ଅଭିଯୋଗ ଆଧାର ରେ ଛାନ ବିନ ଆରମ୍ଭ କରିଛନ୍ତି | ଖୁବ ଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି |

Comments are closed.