ବାଉଁଶବୁଦା ମଧ୍ୟରେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଠାବ
ଟାଙ୍ଗୀ (ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୁଲ୍ଲଣୀ ଗ୍ରାମ ଶାଳିଆ ନଦୀ ବାଉଁଶବୁଦା ମଧ୍ୟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ଗତକାଲି ସଂନ୍ଧ୍ୟାରେ ଦେଖିବାକୁ ମିଳିଛି। ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କୁ କେହି ମାରି ବୁଦାରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
ସେପଟେ ଖବର ପାଇ ବାଣପୁର ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି। ସୂଚନା ଥାଉକି ଗତ ତିନି ଦିନ ତଳେ ସତସଙ୍ଗ ବିହାର କେନାଲ ରୋଡରେ ଅନୁରୂପ ଭାବେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବା ବେଳେ ଏଯାବତ ତାଙ୍କ ପରିଚୟ ମିଳିପାରିନାହିଁ। ତାଙ୍କୁ କେହି ମାରିଦେଇଥିବାର ଚର୍ଚ୍ଚା ହେଉଛି। ତେବେ କ୍ରମାଗତ ଭାବେ ଏପରି ମୃତ୍ୟୁ ଘଟଣା ଦେଖି ବାଣପୁରବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।
Comments are closed.