ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର
ବୌଦ୍ଧ(କାବ୍ୟବ୍ରତ ସାହୁ) : ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ବଘିଆପଡା-ବ୍ରାହ୍ମଣୀପାଲି ରାସ୍ତା କଡ଼ରେ ପଡିଛି ଅଜଣା ଯୁବକଙ୍କ ମୃତଦେହ । ଘଟଣା ସ୍ଥଳରେ ବଘିଆପଡା ଫାଣ୍ଡି ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ବଘିଆପଡା ରୁ ବ୍ରାହ୍ମଣୀପାଲି ଯାଇଥିବା ରାସ୍ତା କଡ଼ ରେ ଥିବା ଗର୍ତରେ ଏକ ଅଜଣା ମୃତ ଦେହ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ। ତେବେ ଶବ ଟିର ପାଖରେ ଏକ ପକେଟ ଡାଏରୀ, ପାଣି ବୋତଲ ଓ ଏକ ଗାମୁଛା ପଡିଥିବା ଦେଖିବାକୁ ମିଳିଛି । ଶବଟିର ବେକରେ କ୍ଷତବିକ୍ଷତ ଚିହ୍ନ ରହିଥିବା ବେଳେ ଏହା ହତ୍ୟା ,ଆତ୍ମହତ୍ୟା ନା ଦୁର୍ଘଟଣା ତାହାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି । ଖବର ପାଇ ବଘିଆପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଛାନଭିନ କରୁଥିବା ବେଳେ ଶବ ଚିହ୍ନଟ ପାଇଁ ପଚରାଉଚାର କରୁଛି ପୋଲିସ।
Comments are closed.