ଗଣେଷ ପୂଜା ସନ୍ଧ୍ୟାରେ ନିଜକୁ ଦିଅନ୍ତୁ ଏପରି ଲୁକ
ଦୁଇ ବର୍ଷର କରୋନା କଟକଣାରୁ ମୁକ୍ତ ହୋଇ ସାରା ଦେଶରେ ପାଳନ ହୋଇଛି ବିଘ୍ନବିନାସକଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ସମୟରେ ବିଭିନ୍ନ ସ୍ଥାନରେ ସ୍ଥାପିତ ଗଜାନନଙ୍କ ପୂଜା ଦେଖିବାକୁ ଲାଗିବ ଭିଢ। ଏହି ସମୟରେ ନିଜକୁ ପ୍ରସ୍ତୁତ କରିବାକୁ ନିଅନ୍ତୁ ପୂଜା ଲୁକ…
ଶାଢ଼ି : ଅଲ୍ ଟାଇମ୍ ସୋବର୍ ଲୁକ୍ ଦେଇଥାଏ ଶାଢ଼ି। ତେଣିକି ସେ ପାର୍ବଣ ଋତୁ ହେଉ ଅବା ବାହାଘର, ବ୍ରତଘରର ଅଥବା କୌଣସି ପାର୍ଟି, ଫଙ୍କଶନ୍ର ଆୟୋଜନ ହେଉ, ଶାଢ଼ିକୁ ଟିକେ ଭିନ୍ନ ଭିନ୍ନ ଷ୍ଟାଇଲ୍ରେ ପିନ୍ଧିଦେଲେ ଲୁକ୍ ବେଶ୍ ଆକର୍ଷଣୀୟ ଲାଗିଥାଏ। ତେଣୁ ଗଣେଶ ପୂଜା ଭଳି ବିଶେଷ ଅବସରରେ ମଧ୍ୟ ଯୁବତୀ ଚାହିଁଲେ ଶାଢ଼ି ସାଙ୍ଗକୁ ଡିଜାଇନ୍ର ବ୍ଲାଉଜ୍ ପିନ୍ଧି ନିଜକୁ ସୁନ୍ଦର ଲୁକ୍ ଦେଇପାରିବେ।
ସାଲଓ୍ବାର୍ କମିଜ୍: ଶାଢ଼ି ପରି ସାଲଓ୍ବାର୍ କମିଜ୍ ବି ଯୁବତୀଙ୍କୁ ସୋବର୍ ଲୁକ୍ ଦେଇଥାଏ। ପୂଜାପର୍ବ ସମୟରେ ଯେଉଁମାନଙ୍କର ସାଲଓ୍ବାର୍ କମିଜ୍ ପିନ୍ଧିବା ପସନ୍ଦ, ସେମାନେ ଚାହିଁଲେ ହାଲ୍କା ଗୋଲାପୀ, ହାଲ୍କା ସୁନେଲି କିମ୍ବା ଧଳା ଓ ନାଲିରଙ୍ଗର କମ୍ବିନେଶନବାଲା ସାଲଓ୍ବାର୍ କମିଜ୍ ପିନ୍ଧି ନିଜକୁ ଟିକେ ଭିନ୍ନ ଲୁକ୍ ଦେଇପାରିବେ।
ବାନ୍ଧେନୀ ଦୁପଟ୍ଟା: ବାନ୍ଧେନୀ ଦୁପଟ୍ଟା ଦେଖିବାକୁ ଯେମିତି ସୁନ୍ଦର ଲାଗିଥାଏ, ଏହାକୁ କୁର୍ତ୍ତି ଉପରେ ପକାଇ ମଧ୍ୟ ଆକର୍ଷଣୀୟ ଲୁକ୍ ପାଇହୁଏ। ମୁଖ୍ୟତଃ ଏହି ଦୁପଟ୍ଟାକୁ ଦେହରେ ପକାଇ ସହଜରେ ଫେଷ୍ଟିଭ୍ ଲୁକ୍ ପାଇହୁଏ। ବିଶେଷକରି ପ୍ଲେନ୍ ସୁଟ୍ ଉପରେ ଏହି ଦୁପଟ୍ଟା ପକାଇଲେ ଲୁକ୍ ଅଧିକ ସୁନ୍ଦର ଲାଗିଥାଏ।
କ୍ରପ୍ ଟପ୍ ଓ ଲେହେଙ୍ଗା: ଅଧିକାଂଶ ଯୁବତୀ ଜିନ୍ସ ସହିତ କ୍ରପ୍ ଟପ୍ ପିନ୍ଧିବାକୁ ଖୁବ୍ ପସନ୍ଦ କରିଥାନ୍ତି। କିନ୍ତୁ ଗଣେଶ ପୂଜା ଭଳି ଅବସରରେ ଜିନ୍ସ ପରିବର୍ତ୍ତେ ଯଦି ଲେହେଙ୍ଗା କିମ୍ବା ଲଙ୍ଗ୍ ସ୍କର୍ଟ ସହ ମ୍ୟାଚିଂ କ୍ରପ୍ ଟପ୍ସକୁ ପେୟାର୍ କରାଯାଏ ତା’ହେଲେ ବି ଗର୍ଜିୟସ୍ ଲୁକ୍ ମିଳିଥାଏ।
ଧୋତି ପ୍ୟାଣ୍ଟ ସହ ଶର୍ଟ କୁର୍ତ୍ତି: ଗଣେଶ ପୂଜା ଅବସରରେ ଯଦି ଯୁବତୀମାନେ ଷ୍ଟାଇଲିଶ୍ ଲୁକ୍ ଚାହୁଁଥାନ୍ତି, ତା’ହେଲେ ତାଙ୍କ ପାଇଁ ଧୋତି ପ୍ୟାଣ୍ଟ ସହ ଶର୍ଟ କୁର୍ତ୍ତି ଏକ ଭଲ ଅପ୍ସନ ହୋଇପାରିବ। ଏହା ସେମାନଙ୍କୁ ଏକଦମ୍ ଡିଫରେଣ୍ଟ ଲୁକ୍ ପ୍ରଦାନ କରିବ।
ଶରାରା ସୁଟ୍: ଏହା ହେଉଛି ଏକପ୍ରକାର ଭର୍ସାଟାଇଲ୍ ଆଉଟ୍ଫିଟ୍। ଏହାକୁ ଟିକେ ମଡର୍ନ ଷ୍ଟାଇଲ୍ରେ କ୍ୟାରି କରି ପାର୍ଟି ଲୁକ୍ ପାଇହେବ। ନଚେତ୍ ଟିକେ ଟ୍ରାଡିଶନାଲ୍ ଓ୍ବେରେ ପିନ୍ଧି ସୋବର୍ ଅଥବା ଫେଷ୍ଟିଭ୍ ଲୁକ୍ ପାଇପାରିବେ। ଶରାରା ସୁଟ୍ ସାଙ୍ଗରେ ଶର୍ଟ କୁର୍ତ୍ତି ଯେମିତି ସୁନ୍ଦର ଲାଗେ ସେମିତି ପେପଲମ୍ ଶର୍ଟ କୁର୍ତ୍ତି ମଧ୍ୟ ଭଲ ମ୍ୟାଚ୍ କରିଥାଏ। ପୂଜାପାର୍ବଣ ସମୟରେ ଯୁବତୀ ଚାହିଁଲେ ଏହା ଉପରେ ଜ୍ୟାକେଟ୍ ପିନ୍ଧି ମଧ୍ୟ ଟିକେ ଭିନ୍ନ ଲୁକ୍ ପାଇପାରିବେ।
Comments are closed.