ପିପିଲିରେ ଜାତୀୟ କ୍ରୀଡା ଦିବସ ପାଳିତ

ପିପିଲି(ମନୋରଞ୍ଜନ ମହାପାତ୍ର) : ଆଜି ଦେଶର ଗୈାରବ ତଥା କ୍ରୀଡାବିତ୍ ଧ୍ୟାନଚାନ୍ଦଙ୍କ ୧୧୭ତମ ଜନ୍ମ ଜୟନ୍ତୀ । ତେବେ ଏହି ମହାନ ଜନନାୟକ ଙ୍କ ଜନ୍ମ ଜୟନ୍ତୀ ପାଇଁ ସାରା ଦେଶ ପାଳୁଛି ଜାତୀୟ କ୍ରୀଡା ଦିବସ । ଏହି ଅବସରରେ ପିପିଲି ସାସ୍କୃତିକ ପରିଷଦ ପକ୍ଷରୁ ଆଜି ପିପିଲିରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଇଛି । ପରିଷଦର ସାଧାରଣ ସଂପାଦକ ରମେଶ ମହାପାତ୍ରଙ୍କ ସଂଯୋଜନାରେ ଏହି ଦିବସ ପାଳନ ହେଉଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଲେପ୍ଟନାଲ ଜେନେରାଲ ନାରାୟଣ ମହାନ୍ତି , ଜାତୀୟ କ୍ରୀଡାବିତ୍ ସରସ୍ୱତୀ ଚାନ୍ଦ , ପ୍ରମିଳା ମିଞ୍ଜ ପ୍ରମୁଖ ଯୋଗଦେଇଥିଲେ । ପିପିଲି ର ୫ଟି ପ୍ରମୁଖ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏଥିରେ ସାମିଲ ହୋଇଥିଲେ । ପିପିଲି ହାଇସ୍କୁଲ ଠାରେ ସମସ୍ତ ଛାତ୍ରଛାତ୍ରୀ ମାନେ ଏକତ୍ର ହୋଇ ବିରାଟ ଶୋଭାଯାତ୍ରାରେ ପ୍ୟାରେଡ୍ କରି ଅତିଥି ମାନଙ୍କ ସହ ପିପିଲି ବଜାର ପରିକ୍ରମା କରିଥିଲେ। ପିପିଲି ଜବାହର ବିଦ୍ୟାପିଠ ପଡିଆ ଠାରେ ଏହି ଶୋଭାଯାତ୍ରା ପହଂଚି ଥିଲା । ସେଠାରେ ପରିଷଦ ପକ୍ଷରୁ ସଭାର ଆୟୋଜନ କରାଯାଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ଉଦ୍‌ବୋଧନ ଦେଇଥିଲେ ।

Comments are closed.