ମାଈ ହାତୀର ମୃତ ଦେହ ଉଦ୍ଧାର ,ମୃତ୍ୟୁର କାରଣ ଅସ୍ପଷ୍ଟ
ଢେଙ୍କାନାଳ(ନିହାର ରଞ୍ଜନ ସାହୁ) : ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଘାଘରାମୁଣ୍ଡା ଗାଁ ପାଖ ଖେସରା ଜଙ୍ଗଲରୁ ଗୋଟିଏ ମାଈ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ମାଈ ହାତୀଟିର ବୟସ ପ୍ରାୟ ୨୫ ବର୍ଷ ହୋଇଥିବା ସୂଚନା ମିଳିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ଜଣାପଡିଛି । ଘଟଣା ସ୍ଥଳରେ ବନ ବିଭାଗର ଅଧିକାରୀ ମାନେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ରାଜ୍ୟରେ ହାତୀ ମୃତ୍ୟୁର ଟ୍ରେଣ୍ଡ ଜାରି ରହିଥିବା ବେଳେ ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ଅଞ୍ଚଳର ଏ ହାତୀ ମୃତ୍ୟୁ ବନ ବିଭାଗ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । କେଉଁଠି ନା କେଉଁଠି ବନ ବିଭାଗର ଅପାରଗତା ହାତୀ ମୃତ୍ୟୁର କାରଣ ପାଲଟିଥିବା ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ ,ଢେଙ୍କାନାଳ ଜିଲ୍ଲାରେ ପ୍ରାୟ ୪ ଶହରୁ ଉର୍ଦ୍ଧ୍ବ ହାତୀ ଥିବା ବେଳେ ମହାବିରୋଡ଼ ରେଞ୍ଜରେ ପ୍ରାୟ ୨ଶହ ହାତୀ ରହିଛନ୍ତି । କେତେବେଳେ ହାତୀର ମୃତ୍ୟୁ ହେଉଛି ତ କେତେବେଳେ ମଣିଷର ।ବର୍ଷ ସାରା ଅଂଚଳରେ ହାତୀ ମଣିଷ ଲଢେଇ ଜାରି ରହିଛି । ଏ ନେଇ କୌଣସି ବନ ଅଧିକାରୀଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ ।
Comments are closed.