ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ଟାଙ୍ଗୀ ପୋଲିସ୍
ଟାଙ୍ଗି(ରାକେଶ କୁମାର ଜଗଦେବ) : ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରି ଚାରି ଜଣ ଅଭିଯୁକ୍ତକୁ ଗିରଫ କରିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ l ସୂଚନା ମୁତାବକ ଗତକାଲି ରାତିରେ ଟାଙ୍ଗୀ ଥାନା ହରିପୁର ଜଙ୍ଗଲ ମଧ୍ୟରେ ଥିବା ମନ୍ଦିର ନିକଟରେ ଏକ ବଡ଼ ଧରଣର ଡକାୟତି ଯୋଜନା ଚାଲିଥିବାର ଖବର ପାଇଥିଲେ ଆଇଆଇସି ଦିଗବିଜୟ ବିଶ୍ୱାଳ l ସଙ୍ଗେସଙ୍ଗେ ଏ ନେଇ ଉପରିସ୍ଥ ଅଧିକାରିଙ୍କୁ ଜଣାଇବା ପରେ ଏସପି ଙ୍କ ନିର୍ଦେଶ ଏବଂ ବାଲୁଗାଁ ଏସଡିପିଙ୍କ ତତ୍ୱାବଧାନରେ ଟାଙ୍ଗୀ ଆଇଆଇସି ଓ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନା ମିଳିତ ଭାବେ ସଦଳବଳେ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ l ଅଭିଯୁକ୍ତ ମାନେ ହେଲେ ଶେଖ ଅନସର (32), ଶେଖ ତହୁର ଅଲ୍ଲୀ(24), ଅକିବ ଖାନ(19) ଏବଂ ଶେଖ ଶିରାଜ ଅଲ୍ଲୀ(24) l ସମସ୍ତେ ଟାଙ୍ଗୀ ଥାନା ଦୀକ୍ଷିତପଡ଼ା ଗ୍ରାମର ବୋଲି ଜଣାପଡିଛି l ସେମାନଙ୍କ ନିକଟରୁ ପୋଲିସ 3 ଗୋଟି ଛୁରୀ, ଗୋଟିଏ ଚାପଡ଼,ଗୋଟାଏ ବାଇକ ଏବଂ 11 ହଜାର 570 ଟଙ୍କା ଜବତ କରିଛି l ତେବେ ଉକ୍ତ ଅଭିଯୁକ୍ତ ମାନେ ଚଳିତ ମାସ 23 ତାରିଖ ଦିନ ଟାଙ୍ଗୀ ଜାତୀୟ ରାଜପଥରେ ଏକ ପେଟ୍ରୋଲ ଟ୍ୟାଙ୍କର ରୁ ହୋଇଥିବା ଲୁଟ ଘଟଣାରେ ମଧ୍ୟ ସାମିଲ ଥିବାର ପୋଲିସ ଜାଣିବାକୁ ପାଇଛି l ଏହି ପରିପ୍ରେକ୍ଷୀରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଟାଙ୍ଗୀ ପୋଲିସ କେସ ନମ୍ବର 461/22 ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବାର ଆଇଆଇସି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି l
Comments are closed.