ବିଜେପିର କାହାକୁ ଏମିତି କହିଲେ କେଜ୍ରିୱାଲ
ନୂଆଦିଲ୍ଲୀ: ସହରରେ ଜଣେ ସିରିଏଲ କିଲର ବୁଲୁଛି। ଆଉ ସିଏ ସବୁ ସରକାରଙ୍କୁ ହତ୍ୟା କରୁଛି। ଏହା କହିଛନ୍ତି ଆପ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ସିଧାସଳଖ ବିଜେପିରେ ନାଁ ନେଇ ଏଭଳି ନିଶାନା କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ଅନେକ ସରକାଙ୍କୁ ଧ୍ୱଂଶ କରି ସାରିଲାଣି ବିଜେପି । ଏବେ ସେମାନେ ଦିଲ୍ଲୀ ମୁହାଁ ହୋଇଛନ୍ତି। ସେ ଆହୁରୀ କହିଛନ୍ତି ଯେ, ଏବେ ଆମ ଦେଶର ସରକାରରେ ଜଣେ ସିରିଏଲ କିଲର ବୁଲୁଛି। ଅପରାଧର ତରିକା ମଧ୍ୟ ସମାନ। ଯାହା ବିଜେପି ଆପଣେଇଛି। ଦିଲ୍ଲୀ ବିଧାନଭସଭାରେ ଆଜି ଉଦବୋଧନ ଦେଉଥିବା ବେଳେ ଏହା କହିଛନ୍ତି କେଜ୍ରିୱାଲ। ନିକଟ ଦିନ ମାନଙ୍କରେ ବିଜେପି ୨୭୭ ଜଣ ବିଧାୟକଙ୍କୁ କିରି ସାରିଲାଣି ବୋଲି କେଜ୍ରିୱାଲ କହିଛନ୍ତି। ବିଜେପିର ଅପରେଶନ ଲୋଟସ ଚର୍ଚ୍ଚାକୁ ଆସିବା ପରେ ଆପ୍ ପକ୍ଷରୁ ଦିଲ୍ଲୀ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା।
ଆପ ଅଭିଯୋଗ କରିଛି ଯେ, ବିଜେପି ୪୦ ଜଣ ବିଧାୟକଙ୍କୁ ଲାଞ୍ଚ ଦେବାକୁ ଉଦ୍ୟମ କରିଥିଲା। ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ଭାଙ୍ଗି ଦେବାକୁ ଉଦ୍ମ କରିଥିଲା ବିଜେପି। ଦଳ ପରିବର୍ତ୍ତନ ପାଇଁ ବିଧାୟକ ପିଛା ୨୦ କୋଟି ଟଙ୍କା ଯାଚି ଥିଲା ବିଜେପି । ଏହି କିଣାବିକା ପାଇଁ ବିଜେପି ପାଖର ଏତେ ପରିମାଣରେ ଟଙ୍କା ଆସୁଛି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, କରଦାତାଙ୍କ ଅର୍ଥ ୨ଟି କ୍ଷେତ୍ରରେ ଖର୍ଚ୍ଚ କରାଯାଉଛି।
Comments are closed.